ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରତର ଏହି ସ୍ଥାନକୁ ଆମେରିକୀୟ ପର୍ଯ୍ୟଟକଙ୍କୁ ଯିବାକୁ ମନା, ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଜାରି

ୱାଶିଂଟନ, ୨୬।୭: ଭାରତର ଏପରି ସ୍ଥାନ ଯେଉଁଠାକୁ ଆସିପାରିବେନି ଆମେରିକୀୟ । ଏଠାକୁ ଆମେରିକୀୟ ପର୍ଯ୍ୟଟକଙ୍କୁ ଆସିବା ମନା । ଜୀବନ ପ୍ରତି ବିପଦ ଥିବାରୁ ନ ଯିବାକୁ ପରାମର୍ଶ ଦେଇଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ । ତେବେ ଏହି ସ୍ଥାନ କେଉଁଠି ? ଯେଉଁଠାକୁ ଆସିବାକୁ ଭୟ କରୁଛନ୍ତି ଆମେରିକୀୟ । 

ଭାରତ ବୁଲିବାକୁ ଆସୁଥିବା ଆମେରିକୀୟମାନଙ୍କ ପାଇଁ ୱାଶିଂଟନ ପକ୍ଷରୁ ଜାରି କରାଯାଇଛି ମାର୍ଗଦର୍ଶିକା । ଭାରତ ପାଇଁ ସଂଶୋଧିତ ଆଡଭାଇଜରୀରେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର ରାଜ୍ୟଗୁଡ଼ିକ ସମ୍ପର୍କରେ ସୂଚନା ପାଇବା ପରେ ଏପରି ନୂଆ ପରାମର୍ଶ ଦିଆଯାଇଛି । ମନ୍ତ୍ରଣାଳୟ କହିଛି ଯେ, ଭାରତରେ ଏବେ ଅପରାଧ ଓ ଆତଙ୍କବାଦ ବଢ଼ୁଛି । କିଛି ଅଞ୍ଚଳରେ ବିପଦ ଅତ୍ୟଧିକ ମାତ୍ରାରେ ବଢ଼ିଛି । ଅନେକ ସ୍ଥାନରେ ଆତଙ୍କବାଦ ଓ ସାମାଜିକ ଅସ୍ଥିରତା ବଢ଼ିଛି । 

ରିପୋର୍ଟ ଅନୁସାରେ, ଭାରତରେ ଏବେ ଦୁଷ୍କର୍ମଜନିତ ଅପରାଧ ଦ୍ରୁତ ଗତିରେ ବଢ଼ିଛି । ବିଶେଷ କରି ପର୍ଯ୍ୟଟନସ୍ଥଳ ଓ ଅନ୍ୟସ୍ଥାନଗୁଡ଼ିକରେ ଦୁଷ୍କର୍ମ ଭଳି ହିଂସାତ୍ମକ ଅପରାଧ ଘଟୁଛି । ଆତଙ୍କବାଦୀମାନେ କୌଣସି ୱାର୍ଣ୍ଣିଂ ନ ଦେଇ ଆକ୍ରମଣ କରିପାରନ୍ତି । ସେମାନେ ପର୍ଯ୍ୟଟନ ସ୍ଥଳ, ପରିବହନ ହବ୍ସ, ମାର୍କେଟସ ସପିଂ ମଲ୍ ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ହମଲା କରୁଛନ୍ତି ବୋଲି ଆଡଭାଇଜରୀରେ କୁହାଯାଇଛି । 

ଭାରତକୁ ଲେବଲ-୨ ବର୍ଗରେ ରଖାଯାଇଛି । କିନ୍ତୁ, ଭାରତର ଏକାଧିକ ସ୍ଥାନକୁ ଲେଭଲ-୪ରେ ସ୍ଥାନ ମିଳିଛି । ସେଗୁଡ଼ିକ ହେଲା ଜମ୍ମୁ-କାଶ୍ମୀର, ଭାରତ-ପାକ୍ ସୀମା, ମଣିପୁର ଓ କେନ୍ଦ୍ରୀୟ ଓ ପୂର୍ବ ଭାରତ । ଲଦାଖ ଓ ଏହାର ରାଜଧାନୀ ଲେହ ବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରକୁ ଗସ୍ତ କରନ୍ତୁ ନାହିଁ । ଭାରତ ଗସ୍ତରେ ଆସୁଥିବା ଆମେରିକୀୟମାନେ ମଣିପୁର, ଜମ୍ମୁ-କାଶ୍ମୀର, ଭାରତ-ପାକିସ୍ତାନ ଓ କେନ୍ଦ୍ରୀୟ ଏବଂ ପୂର୍ବପ୍ରାନ୍ତକୁ ଯାଆନ୍ତୁ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ସମ୍ଭାବ୍ୟ ଲଢ଼େଇ ପାଇଁ ଭାରତ-ପାକିସ୍ତାନର ୧୦ କିମି ପରିଧିଠାରୁ ଦୂରେଇ ରୁହନ୍ତୁ । କେନ୍ଦ୍ରୀୟ ଓ ପୂର୍ବ ଭାରତର ନକ୍ସଲ କାର୍ଯ୍ୟକ୍ରମ ବଢ଼ିଛି । ତେଣୁ ସେଠାକୁ ଯାଆନ୍ତୁ ନାହିଁ । ମଣିପୁରରେ ହିଂସା ଓ ଅପରାଧ ଚାଲିଥିବାରୁ ସେଠାକୁ ମଧ୍ୟ କେହି ଯାଆନ୍ତୁ ନାହିଁ । ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ଆତଙ୍କବାଦ ଓ ହିଂସା ବଢ଼ୁଛି । ତେଣୁ ସେଠାକୁ ଯିବା ପାଇଁ କରିଥିବା ପୂର୍ବ ଯୋଜନାଗୁଡ଼ିକ ସମ୍ପର୍କରେ ଆମେରିକୀୟମାନେ ପୁନଃ ବିଚାର କରିବାକୁ ପରାମର୍ଶ ଦେଇଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.