ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଷ୍ଟିଲ୍ ଏବଂ ଆଲୁମିନିୟମ୍ ଉପରେ ୨୫% ଟାରିଫ୍ କଷିବେ ଟ୍ରମ୍ପ, ଭାରତ ଉପରେ ପଡ଼ିବ ପ୍ରଭାବ...

Published By : Prameya | February 10, 2025 1:26 PM

ନୂଆଦିଲ୍ଲୀ, ୧୦/୦୨ : ଟାରିଫ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ବଡ଼ ଘୋଷଣା। ଖୁବ୍‌ଶୀଘ୍ର ଷ୍ଟିଲ୍ ଏବଂ ଆଲୁମିନିୟମ ଉପରେ ଲାଗିବ ୨୫ ପ୍ରତିଶତ ଟାରିଫ୍। ସୋମବାର ଟ୍ରମ୍ପ ଏହି ଘୋଷଣା କରିପାରନ୍ତି। ଏନେଇ ସେ ରବିବାର ସୂଚନା ଦେଇଛନ୍ତି। ବର୍ତ୍ତମାନର ଟାରିଫ୍ ବ୍ୟତୀତ ଏହା ଏକ ଅତିରିକ୍ତ ଶୁଳ୍କ ଲାଗୁ କରାଯିବ। ଭାରତ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। 

ସୂଚନାନୁଯାୟୀ, ଭାରତ ଆମେରିକାକୁ ବିପୁଳ ମାତ୍ରାରେ ଷ୍ଟିଲ୍ ଏବଂ ଆଲୁମିନିୟମ୍ ରପ୍ତାନୀ କରେ। ୨୦୨୩ ଆର୍ଥିକ ବର୍ଷରେ ଭାରତ ଆମେରିକାକୁ ୪ ଅରବ ଡଲାରର ଷ୍ଟିଲ୍ ଏବଂ ୧.୧ ଅରବ ଡଲାରର ଆଲୁମିନିୟମ ରପ୍ତାନୀ କରିଥିଲା। ଏହାପରେ ୨୦୨୪ ଜାନୁଆରୀରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ବିନା ଟାରିଫ୍‌ରେ ଦୁଇ ଦେଶ ୩୩୬.୦୦୦ ଟନ୍ ଷ୍ଟିଲ୍ ଏବଂ ଆଲୁମିନିୟମ ଆମଦାନୀ-ରପ୍ତାନୀ କରିବାକୁ ଏହି ଚୁକ୍ତିରେ ସହମତ ହୋଇଥିଲେ। ଏବେ ଯଦି ଟ୍ରମ୍ପ ସବୁ ଦେଶରୁ ଆସୁଥିବା ଆଲୁମିନିୟମ ଏବଂ ଷ୍ଟିଲ୍ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବେ ତାହେଲେ ଭାରତ ପାଇଁ ମୁସ୍କିଲ୍ ବଢିଯିବ। ରପ୍ତାନୀ ଉପରେ ପ୍ରଭାବ ପଡ଼ିବ। ଆମେରିକା ୨୫ ପ୍ରତିଶତ ଟାରିଫ୍ ଲଗାଇଲେ ସେଠାକାର ଲୋକଙ୍କ ପାଇଁ ଷ୍ଟିଲ୍ ଏବଂ ଆଲୁମିନିୟମ ଉତ୍ପାଦ କିଣିବା ମହଙ୍ଗା ହୋଇଯିବ। ଏହି ଧାତୁର ଚାହିଦା କମିଯିବ। ଏହାଦ୍ଵାରା ଭାରତକୁ ବହୁ ମାତ୍ରାରେ କ୍ଷତି ସହିବାକୁ ପଡ଼ିବ। 

ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ଷ୍ଟିଲ୍ ଏବଂ ଆଲୁମିନିୟମ ଉପରେ ୨୫ ଏବଂ ୧୦ ପ୍ରତିଶତ ଟାରିଫ୍ ଲଗାଇଥିଲେ। ଏହାପରେ ବାଇଡେନ ସରକାର ଏହି ଟାରିଫ୍‌ରୁ ଭାରତକୁ ସାମାନ୍ୟ ଆଶ୍ଵସ୍ତି ଦେଇଥିଲେ। ଏବେ ଟ୍ରମ୍ପଙ୍କ ଘୋଷଣା ପରେ ଭାରତକୁ ଝଟ୍‌କା ଲାଗିଛି।ରବିବାର ବ୍ୟାପାର ନୀତିରେ ପରିବର୍ତ୍ତନ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ମଙ୍ଗଳବାର ପାରସ୍ପରିକ ଟାରିଫ୍ ନୀତି ଘୋଷଣା ହେବ। ଯାହାକି ତତ୍କାଳ ଲାଗୁ କରାଯିବ। ଏହି ନୀତି ମାଧ୍ୟମରେ ଯେଉଁ ଦେଶ ଆମେରିକା ଉପରେ ଯେତିକି ଟାରିଫ୍ ଲଗାଇବେ ଆମେରିକା ମଧ୍ୟ ସେହି ଦେଶ ଉପରେ ସେତିକି ଟାରିଫ୍ କଷିବ। ତେବେ କେଉଁ ଦେଶ ଗୁଡ଼ିକ ଉପରେ ଏହି ଟାରିଫ୍ ନୀତି ଲାଗୁ ହେବ ସେନେଇ ଟ୍ରମ୍ପ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି।  

ଏହି ଖବରଟିକୁ ପଢନ୍ତୁ-୩ ବର୍ଷ ପରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ ? ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.