ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଉନ୍ନତିମୂଳକ କାମ ଠପ୍‌କୁ ନେଇ ଧାରଣା ସପ୍ତମ ଦିନରେ ପହଞ୍ଚିଲା, ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଜିଲ୍ଲାସ୍ତରୀୟ ସଂଘ କର୍ମକର୍ତ୍ତା

Published By : Suraj Kumar | July 3, 2025 5:52 PM

ପାଟଣାଗଡ, ୩|୭(ଆପ୍ର) : ପାଟଣାଗଡ଼ ବ୍ଳକରେ ସମିତି ସଭ୍ୟସଭ୍ୟା ଓ ଏନ୍ଏସିରେ କାଉନସିଲରମାନଙ୍କ ଆନ୍ଦୋଳନ ଗୁରୁବାର ସପ୍ତମ ଦିନରେ ପହଞ୍ଚିଛି। ସଂଘର ଜିଲ୍ଲା ସଭାପତି ଗୋପାଳ ବାଗ ଓ ସମ୍ପାଦକ ମୁରଲି କୁମ୍ଭାରଙ୍କ ନେତୃତ୍ବରେ ଏକ ଆଠ ଜଣିଆ ପ୍ରତିନିଧି ଦଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଧାରଣାରତ ସମିତି ସଭ୍ୟସଭ୍ୟାଙ୍କୁ ସମର୍ଥନ ଜଣାଇଥିଲେ। 

ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ସମିତି ସଭ୍ୟସଂଘ ସଭାପତି ଗୋବିନ୍ଦ ମେହେର, ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର ଙ୍କ ସମେତ ଅନ୍ୟ ସମିତି ସଭ୍ୟସଭ୍ୟା ଧାରଣାରେ ବସିଥିଲେ। ସେହିପରି ଏନ୍ଏସି ରେ ଗତ କାଲି ଅତିରିକ୍ତ ଜିଲ୍ଲାପାଳ ସେବନ କେରକେଟାଙ୍କୁ ଇଓ ଦାୟିତ୍ୱ ଦିଆଯାଇଛି। ଏନ୍ଏସି କାର୍ଯ୍ୟଳୟ ସମ୍ମୁଖ ରେ ଧାରଣା ଜାରୀ ରହିଥିବା ବେଳେ ଅଧ୍ୟକ୍ଷା ମାନସୀ ବିଶ୍ଵାଳ ଙ୍କ ସମେତ ଅନ୍ୟ ୧୧ ଜଣ କାଉନସିଲର ଧାରଣାରେ ବସିଛନ୍ତି। 

ପ୍ରକାଶ ଥାଉକି,ଗତ ଆଠ ମାସ ହେଲା ବ୍ଳକ ଓ ଏନ୍ଏସି ଅଞ୍ଚଳରେ ସମସ୍ତ ପ୍ରକାର ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି। ଏନେଇ ସମିତି ସଭ୍ୟସଭ୍ୟା ଓ କାଉନସିଲର ମାନେ ବିଡ଼ିଓ, ଏନ୍ଏସି ଇଓ, ଉପଜିଲ୍ଲାପାଳ,  ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରି ନିରାଶ ହେବାପରେ ଆନ୍ଦୋଳନକୁ ଓହ୍ଲେଇ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.