ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆକ୍ସନ ମୋଡରେ ପାଟଣାଗଡ଼ ଅବକାରୀ ବିଭାଗ; ୩୪ ଲିଟର ରନ୍ଧା ମଦ ଜବତ, ଜଣେ ଗିରଫ

Published By : Swapna Ray | July 4, 2025 2:51 PM

ପାଟଣାଗଡ଼, ୪।୭: ପାଟଣାଗଡ଼ ଅବକାରୀ ବିଭାଗକୁ ସଫଳତା । ପାଢ଼େଳ ଓ ବାଞ୍ଜୀଝାଳ ରାସ୍ତାରେ ପାଟ୍ରୋଲିଂ ରନ୍ଧା ମଦ ଜବତ । ଚିଟକିମାଳ ଛକ ନିକଟରେ ଥିବା ଏକ ବୁଦା ମୂଳରୁ ୩୪ ଲିଟର ରନ୍ଧା ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ପୁଲିସ । ଗିରଫ ଯୁବକ ଜଣକ ଚିଟକିମାଳ ଗାଁର ସଙ୍କିର୍ତ୍ତନ ଘିବେଲା । 

ସୂଚନାନୁସାରେ, ଜିଲ୍ଲା ଅବକାରୀ ଅଧିକ୍ଷକ ସିତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ଉପ ଅବକାରୀ ଅଧିକ୍ଷକ ରାଜକୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ରାତିରେ ପାଟ୍ରୋଲିଙ୍ଗ କରୁଥିଲେ । ଏହି ସମୟରେ ଚିଟକାମାଳ ଗାଁର ରନ୍ଧା ମଦ ବେପାରୀ ସଙ୍କିର୍ତ୍ତନକୁ ସେହି ଗାଁ ଛକର କିଛି ଦୂରରେ ଥିବା ଏକ କୁଡ଼ିଆରେ ବସିଥିବାର ସେମାନେ ଦେଖିବାକୁ ପାଇଥିଲେ । ସନ୍ଦେହ ହେବାରୁ କୁଡ଼ିଆ ପାଖରେ ଗାଡ଼ି ଅଟକାଇ ସଙ୍କୀର୍ତ୍ତନକୁ ପଚରାଉଚରା କରିଥିଲେ । କିଛି କର୍ମଚାରୀ କୁଡ଼ିଆ ପାଖରେ ଥିବା ବୁଦା ମୂଳକୁ ଯାଇ ଯାଞ୍ଚ କରିଥିଲେ । ଛାନଭୀନ ସମୟରେ ବୁଦା ମୂଳେ ଥିବା ୩୪ ଲିଟର ରନ୍ଧା ମଦ ଜାରକୁ ଜବତ କରିଥିଲେ । 

ସେହିପରି ଜଙ୍ଗଲ ଭିତରେ ଅବକାରୀ ବିଭାଗ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ  ୧୨୦ ଲିଟର ରନ୍ଧା ମଦ ଭର୍ତ୍ତି ଜାର୍ ସହ ୧୧ ସହ କେଜି ମହୁଲ ପୋଚ ଜବତ କରିଥିଲେ । ଘଟଣାସ୍ଥଳରେ କେହି ନଥିବାରୁ ବିଭାଗୀୟ କର୍ମଚାରୀ ମାନେ ସେହି ରନ୍ଧା ମଦ ସହ ମହୁଳ ପୋଚକୁ ତଳେ ପକାଇ ନଷ୍ଟ କରିଦେଇଥିଲେ । ପରେ ଅଭିଯୁକ୍ତ ସଙ୍କିର୍ତ୍ତନକୁ ପାଟଣାଗଡ଼ କାର୍ଯ୍ୟାଳୟକୁ ପଚରାଉଚରା କରିଥିଲେ । ଆଜି ଅଭିଯୁକ୍ତଙ୍କ ନାଁରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଉପ ନିରିକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.