ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାମବନ୍ଦ ପ୍ରଭାବ, ୯ ଘଣ୍ଟାରେ ଡିଏଚ୍‌ଏଚ୍‌ ବେହାଲ

Published By : Prameya | March 27, 2025 12:02 AM

ଜୟପୁର,୨୬ା୩(ବ୍ୟୁରୋ): ବିଭିନ୍ନ ଦାବି ନେଇ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାମବନ୍ଦ ପ୍ରଭାବ ଜିଲ୍ଲା ହସପିଟାଲ୍‌ ଉପରେ ପଡ଼ିଛି । ୯ ଘଣ୍ଟାରେ ଡିଏଚଏଚ୍‌ ବେହାଲ୍‌ ହୋଇଯାଇଛି । ସଫେଇ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବନ୍ଦ ରହିବାରୁ ରୋଗୀ, ସମ୍ପର୍କୀୟ, ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମଚାରୀ କଲବଲ ହୋଇଛନ୍ତି । ଚାରିଆଡ଼େ ଆବର୍ଜନା ଜମାହେବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ରୋଗୀସେବା ପ୍ରଭାବିତ ହୋଇଛି । ବହୁ ବୁଝାଶୁଝା ପରେ ଅପରାହ୍ଣ ୪ଟାରେ କାମବନ୍ଦ ଆନ୍ଦୋଳନରୁ କର୍ମଚାରୀମାନେ ଓହରିଛନ୍ତି । 

ସକାଳ ୬ଟାରେ ଡିଏଚଏଚ୍‌ ଆଉଟ୍‌ସୋସି  କର୍ମଚାରୀମାନେ କାମରେ ଯୋଗଦେବା ନିୟମ ରହିଛି । ଆଜି ତା’ର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ନିଷ୍ପତ୍ତି ମୁତାବକ କୌଣସି କର୍ମଚାରୀ କାମରେ ଯୋଗ ଦେଇନଥିଲେ । ପଞ୍ଜୀକରଣ ଦାୟିତ୍ୱରେ ଥିବା ୧୨ ଜଣଙ୍କୁ ଛାଡ଼ି ଅନ୍ୟ ୩୯୫ କର୍ମଚାରୀମାନେ ଅସହଯୋଗ କରିଥିଲେ । ସେମାନଙ୍କ ଭିତରେ ଥିଲେ ଫାର୍ମାସିଷ୍ଟ, ନର୍ସିଂ ଅଫିସର୍‌, ଲ୍ୟାବୋରେଟୋରି ଟେକନିସିଆନ୍‌, ଡାଟ୍ରା ଏଣ୍ଟ୍ରି ଅପରେଟର, ମେଡିକାଲ୍‌ ରେକର୍ଡ କିପର, ଅକ୍ସିଜେନ୍‌ ଟେକନିସିଆନ, ଲିଫ୍ଟ ଅପରେଟର୍‌, ଆମ୍ବୁଲାନ୍ସ ଡ୍ରାଇଭର, ପ୍ଲମ୍ବର, ଇଲେକ୍ଟ୍ରିସିଆନ୍‌, ସଫେଇ, ସୁରକ୍ଷା, ହେଲ୍ପଡେସ୍କ କର୍ମଚାରୀ, ଆଟେଣ୍ଡାଣ୍ଟ, ସୁପରଭାଇଜର୍‌ ପ୍ରମୁଖ । ସମୟ ଏବଂ ରୋଗୀ ସଂଖ୍ୟା ବଢିବା ପରେ ସମସ୍ୟା ଉପୁଜିଥିଲା । ସୁରକ୍ଷା କର୍ମଚାରୀ ନଥିବାରୁ ଯିଏ ଯେଉଁଠି ପାରିଲେ ମନଇଚ୍ଛା ପାର୍କିଂ କରିଥିଲେ । ଡାକ୍ତରୀ ପରାମର୍ଶ, ଡ୍ରେସିଂରୁମ୍‌,  ନମୁନା ସଂଗ୍ରହ ସହ ଅଧିକାଂଶ ବିଭାଗ ଆଗରେ ଲାଗିଥିବା ଧାଡ଼ିରେ ବିଶୃଙ୍ଖଳା ଦେଖାଦେଇଥିଲା । ବିଭିନ୍ନ ୱାର୍ଡ, ଓପିଡ଼ି, ଅପେକ୍ଷା କକ୍ଷ, କରିଡ଼ର୍‌, ଶୌଚାଳୟ, ବେସିନ୍‌, ଅଧିକାରୀଙ୍କ କକ୍ଷରେ ଝାଡ଼ୁ ପୋଛା ବାଜିନଥିଲା । ଅଇଁଠା ଖଲି, ଗଜ୍‌ କପଡ଼ା, ରକ୍ତଲଗା ତୁଳା ସହ ଅନ୍ୟାନ୍ୟ ସାମଗ୍ରୀ ଏଣେତେଣେ ପଡ଼ିଥିଲା । ପାଣି ଫିଲଟର୍‌, ଶୌଚାଳୟ ପାଣି କରିଡ଼ର୍‌ରେ ବହିଥିଲା । 

ଏହା ଉପରେ ଆଟା, ଗଜ କନା ପକାଇ କୌଣସି ଅଟକାଯାଇଥିଲା । ବିଭିନ୍ନ ୱାର୍ଡରୁ ବାହାରୁଥିବା ବାୟୋମେଡିକାଲ୍‌ ୱେଷ୍ଟ(ବିଏମ୍‌ଡବ୍ଲ୍ୟୁ) ସ୍ଥାନାନ୍ତର ନହେବାରୁ ଡଷ୍ଟବିନ୍‌ ଉଛୁଳି ତଳେ ପଡ଼ ିଥିଲା । ଶୌଚାଳୟରୁ ଉତ୍କଟ ଗନ୍ଧ ବାହାରୁଥିଲା । ୱାର୍ଡରେ ଥିବା ଡାକ୍ତରଖାନାର ନିୟମିତ କର୍ମଚାରୀମାନେ ବି ସମସ୍ୟା ଭୋଗିଥିଲେ । ରୋଗୀ ଅଧିକ ଥିବାରୁ ଉପସ୍ଥ ିତ ହାତଗଣତି କର୍ମଚାରୀ ଠିକ୍‌ ସମୟରେ ପାଖରେ ପହଞ୍ଚି ପାରୁନଥିଲେ । ଯାହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । କର୍ମଚାରୀମାନେ ଲୋକଙ୍କୁ ବୁଝାଶୁଝା କରିବା ସହ ବି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ସେବା ଯୋଗାଇବା ଲାଗି । ଆବଶ୍ୟକ କର୍ମଚାରୀ ଅଭାବରୁ ନୂଆ କୋଠାର ଷଷ୍ଠ ମହଲାରେ ଥିବା ସ୍ୱତନ୍ତ୍ର କ୍ୟାବିନ୍‌ରୁ କେତେକ ରୋଗୀଙ୍କୁ ସେମାନଙ୍କ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଅପରାହ୍ଣ ୪ରେ ଧାରଣାରତ କର୍ମଚାରୀମାନେ କାମରେ ଯୋଗ ଦେବାପରେ ଆଶ୍ୱସ୍ତି ମିଳିଥିଲା । ସଫେଇ ବନ୍ଦ, ଚାରିଆଡ଼େ ଆବର୍ଜନା, ରୋଗୀସେବା ପ୍ରଭାବିତ ୯ ଘଣ୍ଟାରେ ଡିଏଚ୍‌ଏଚ୍‌ ବେହାଲ ୧୫ ଦିନ ସମୟ ମାଗିଲା କମ୍ପାନି କାମ ବନ୍ଦ ନିଷ୍ପତ୍ତି ନେଇଥିବା ଆଉଟ୍‌ସୋସି ର୍ଂ କର୍ମଚାରୀମାନେ ପୂର୍ବାହ୍ଣ ୧୦ଟାରେ ଡିଏଚଏଚ୍‌ରେ ପହଞ୍ଚିଥିଲେ । କମ୍ପାନି କର୍ତ୍ତ ୃପକ୍ଷ ଆସିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଡିଆଇଇସି ପଛପଟ କୋଠରୀରେ ଅପେକ୍ଷା କରିଥିଲେ । ବିଭିନ୍ନ ବ୍ଲକର କର୍ମଚାରୀମାନେ ବି ଯୋଗ ଦେଇଥିଲେ । ଏଜେନ୍ସି କର୍ମଚାରୀ ଏବଂ ସଦର ପୁଲିସ ପହଞ୍ଚିଥିଲେ । କର୍ତ୍ତ ୃପକ୍ଷଙ୍କୁ ଘେରିଯାଇ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା କରିପକାଇଥିଲେ କର୍ମଚାରୀମାନେ । ପ୍ରବଳ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଠିକାସଂସ୍ଥାର କାର୍ଯ୍ୟକଳାପ ଉପରେ କର୍ମଚାରୀମାନେ ଅସନ୍ତୁଷ୍ଟ ଥିବା ଜଳଜଳ ଦିଶୁଥିଲା । ଅଗ୍ରଣୀ ଭୂମିକା ନେଇଥିବା କର୍ମଚାରୀଙ୍କ ବୁଝାଶୁଝା ପରେ ଆରମ୍ଭ ହୋଇଥିଲା ଆଲୋଚନା । ସବୁ ପ୍ରତିଶ୍ରୁତି ପାଳନ କରାଯିବ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଇଥିଲେ ବି କେହି ରାଜି ହୋଇନଥିଲେ । ବର୍ଷ ବର୍ଷ ହେଲାଣି ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦିଆଯାଉଛି, ଏଥର ଲିଖିତ ଭାବେ ନଦେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଅଡ଼ି ବସିଥିଲେ । ବକେୟା ଦରମା ପ୍ରଦାନ, ଇଏସ୍‌ଆଇ ସମସ୍ୟାର ସାମାଧାନ, ସମାନ କାମକୁ ସମାନ ଦରମା, ମାସିକ ୫ ଦିନ ଛୁଟିର  ଦରମା ମଞ୍ଜୁର, ୨୬-୨୭ ବଦଳରେ ୩୦ ଦିନିଆ ୱାର୍କ ସାଟି ର୍ଫିକେଟ୍‌ ପ୍ରଦାନ, ଇପିଏଫଓ ବଣ୍ଟନ, ବାର୍ଷ ିକ ୨୫ ପ୍ରତିଶତ ଦରମା ବୃଦ୍ଧି, ପ୍ରତିମାସ ୫ରୁ ୬ ତାରିଖ ସୁଦ୍ଧା ଦରମା ପ୍ରଦାନ ଭଳି ମୁଖ୍ୟ ଦାବି ବାବଦରେ ଆଲୋଚନା କରାଯାଇଥିଲା । କର୍ମଚାରୀଙ୍କ ଭିତରେ ଅସନ୍ତୋଷ ବଢୁଥିବା ଦେଖି ବାଧ୍ୟ ହୋଇ ମୁଣ୍ଡ ନୁଆଁଇଥିଲେ ଆଉଟ୍‌ସୋସିଂ କମ୍ପାନି କର୍ମକର୍ତ୍ତା । କହିଥିଲେ, ନିୟମ ଅନୁଯାୟୀ ମାସିକ ୪/୫ ଦିନ ଛୁଟି ରହୁଛି । କୌଣସି ମତେ ୩୦ଦିନ ଦରମା ପ୍ରଦାନ କରିପାରିବେନି । ଯଦି ଡାକ୍ତରଖାନା କର୍ତ୍ତୃପକ୍ଷ ଅନୁମତି ଦେବେ, ବିଚାର କରାଯିବ ।  ଏପ୍ରିଲ ୧୦ ଭିତରେ ସମସ୍ୟା ସମାଧାନ ନିଶ୍ଚୟ କରାଯିବ । ପ୍ରତିଶ୍ରୁତି ପାଇବା ପରେ ଧାରଣାରତ କର୍ମଚାରୀ କାମରେ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.