ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଧର୍ମଶାଳା ଇତିହାସ ଲେଖିଲା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ, ପ୍ରଣବଙ୍କୁ ୪ ହଜାରରୁ ଅଧିକ ଭୋଟରେ କଲେ ପରାସ୍ତ

ଧର୍ମଶାଳା ୦୪/୦୬: ଇତିହାସ ଲେଖିଲା ଧର୍ମଶାଳା ବିଧାନସଭା ମଣ୍ଡଳୀ । ୩୦ ବର୍ଷ ଧରି ଗୋଟିଏ ପରିବାର ହାତରେ ଥିବା ଏହି ଆସନକୁ ଛଡାଇ ଆଣିଛନ୍ତି ଟାଣୁଆ ଯୁବ ନେତା ତଥା ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ବିଜେଡି ଗଡ଼ରେ ଉଡାଇଛନ୍ତି ବିଜୟର ପତାକା । ବିଜେଡିର ବରିଷ୍ଠ ନେତା ପ୍ରଣବ ବଳବନ୍ତରାୟଙ୍କୁ ୪ ହଜାରରୁ ଅଧିକ ଭୋଟରେ ହରାଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ସମସ୍ତଙ୍କୁ ଚକିତ କରି ଅବିଶ୍ୱନୀୟ ସଫଳତା ପାଇଛନ୍ତି ହିମାଂଶୁ ଶେଖର ସାହୁ । 

ବିଧାନସଭା ପରିଣାମରେ ଧର୍ମଶାଳାରୁ ବିଜୟୀ ହୋଇଥିବା ହିମାଂଶୁ ଶେଖର ସାହୁଙ୍କୁ ୭୯୭୫୯ ଖଣ୍ଡ ଭୋଟ ମିଳିଛି । ଅନ୍ୟପଟେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ୭୫୬୦୯ ଭୋଟ ମିଳିଥିଲା । ନିର୍ଦଳୀୟ ପ୍ରାର୍ଥୀ ହିମାଂଶୁ ଶେଖର ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ମାତ୍ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ଥର ହିମାଂଶୁ ଶେଖର ସାହୁ ବିଜେପି ଟିକଟ ପାଇଁ ଆଶାୟୀ ଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ସ୍ଥାନରେ ବିଜେପି ସ୍ମୃତିରେଖା ପହିଙ୍କୁ ଟିକଟ ଦେଇଥିଲା । କିନ୍ତୁ ହିମାଂଶୁ ଶେଖର ମୈଦାନ ଛାଡ଼ି ନଥିଲେ । ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ବିଜୟ ବାଟରେ ଚଟଣା ହୋଇଥିଲେ । ଏବେ କର୍ମୀଙ୍କ ସହଯୋଗରେ ଜନତାଙ୍କ ଆଶୀର୍ବାଦ ବଳରେ ଧର୍ମଶାଳାରୁ ବିଜୟୀ ହୋଇଛନ୍ତି ହିମାଂଶୁ ଶେଖର ସାହୁ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.