ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଧନୁଯାତ୍ରା ସମାଜରେ ଭାଇଚାରା ଓ ସୁଶାସନ ପ୍ରତିଷ୍ଠା କରୁଛି : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | February 12, 2025 9:50 PM

କୁଚିଣ୍ଡା/ସମ୍ବଲପୁର, ୧୨।୨- ଧନୁଯାତ୍ରା ଉତ୍ସବ ସମାଜରେ ଭାଇଚାରା ଏବଂ ସୁଶାସନ ପ୍ରତିଷ୍ଠା କରିବା ଦିଗରେ ଅନ୍ୟତମ ମାଧ୍ୟମ । ବୁଧବାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଖଣ୍ଡକୋଟା ଠାରେ ଆୟୋଜିତ ୩୨ତମ ବିରାଟ ଧନୁଯାତ୍ରା ମହୋତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାଘ ପୂର୍ଣ୍ଣିମା ତଥା ଅଗ୍ନି ଉତ୍ସବ ଅବସରରେ କୁଚିଣ୍ଡା ସବଡିଭିଜନର ଐତିହାସିକ ଖଣ୍ଡକୋଟା ଧନୁଯାତ୍ରାରେ ଯୋଗଦେବା ମୋର ସୌଭାଗ୍ୟ । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ତଥା ସମାଜରେ ନ୍ୟାୟପୂର୍ଣ୍ଣ ଶାସନ ପ୍ରତିଷ୍ଠା କରିବା ହେଉଛି ଧନୁଯାତ୍ରାର ଅନନ୍ୟ ପରମ୍ପରା । ଏହି ଧନୁଯାତ୍ରା ମହୋତ୍ସବରେ ବହୁସଂଖ୍ୟାରେ ଲୋକମାନେ ସମବେତ ହେବା ସେମାନଙ୍କର ଧାର୍ମିକ ଭାବନାକୁ ପ୍ରତିଫଳିତ କରୁଛି । ଧନୁଯାତ୍ରା ଉତ୍ସବକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ଖୁସି ଓ ଆନନ୍ଦ ଅଛି । ଏଠାରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବା ସହ ପ୍ରତିଭାବାନ ଯୁବବର୍ଗ ଓ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ରାଜ୍ୟ ସରକାର ସୁଭଦ୍ରା ଯୋଜନା ଏବଂ ବର୍ଦ୍ଧିତ ଏମଏସପି ମୂଲ୍ୟରେ ଧାନ ସଂଗ୍ରହ ଲୋକମାନଙ୍କୁ ବହୁତ ଖୁସି ଦେଇଛି । 

 ଶ୍ରୀ ପ୍ରଧାନ କହିଛନ୍ତି ଯେ ଐତିହାସିକ ଖଣ୍ଡକୋଟାର ଧନୁଯାତ୍ରା ଲୋକାଦୃତ ହେଉଥିବା ବେଳେ ଏହାକୁ ଆଗାମୀ ଦିନରେ ଆହୁରି ଭବ୍ୟ କରିବାକୁ ହେବ । କୁଚିଣ୍ଡା ଉପଖଣ୍ଡକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ପଡିବ । ଧନୁଯାତ୍ରା ମାଧ୍ୟମରେ ଦୀର୍ଘ ୩୨ ବର୍ଷ ଧରି ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ଆୟୋଜକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇବା ସହ ଧନୁଯାତ୍ରାର ବାର୍ତ୍ତା ସମାଜରେ ସୁଖ, ଶାନ୍ତି, ଭାଇଚାରା ଏବଂ ସୁଶାସନ ପ୍ରତିଷ୍ଠା କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.