ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜଗନ୍ନାଥଙ୍କ ମନ୍ଦିରକୁ ଅପମାନିତ କରିବାର କାମ କରାଯାଉଛି : ଅମିତ୍ ଶାହ

ରାଉରକେଲା,୧୭/୫ : ରାଉରକେଲାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପୁଣି ବିଜେଡି ସରକାରଙ୍କ ଉପରେ ଗର୍ଜିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ । କହିଛନ୍ତି, ୨୫ ବର୍ଷର ଶାସନରେ  ଓଡିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛି ବିଜେଡି ସରକାର । ପଶ୍ଚିମ ଓଡିଶା ସହ ସରକାର ସାବତ ପୁଅ ଭଳି ବ୍ୟବହାର କରିଛନ୍ତି । ବିଜେଡି ସରକାରକୁ ହଟାଇ ବିକାଶର ଯୁଗ ଆରମ୍ଭ କରିବାର ସମୟ ଆସିଛି । ଏଥର ନିର୍ବାଚନରେ  ଓଡ଼ିଶାରେ ବିଜେପି ୧୫ ଲୋକସଭା ଆସନ, ୭୫ ବିଧାନସଭା ଆସନ ଜିତିବ ବୋଲି ଦମ୍ଭୋକ୍ତି କରିଛନ୍ତି ବିଜେପି ଚାଣକ୍ୟ ଅମିତ୍‌ ଶାହ ।

ସେ କହିଛନ୍ତି, ବିଜେଡି ସରକାର ଦିନକୁ ଦିନ ଓଡିଶାର ଗୌରବକୁ ଅପମାନ କରୁଛନ୍ତି । ଜଗନ୍ନାଥ ମନ୍ଦିରରର ସବୁ ଦ୍ବାର ଖୋଲିବାକୁ ଦେଉ ନାହାନ୍ତି । ପରିକ୍ରମା ନାଁରେ ଏହାକୁ ପର୍ଯ୍ୟଟନ ମନ୍ଦିର କରାଯାଇଛି । ଜଗନ୍ନାଥଙ୍କ ମନ୍ଦିରକୁ ଅପମାନିତ କରିବାର କାମ କରାଯାଉଛି । ମୁଁ ଆଜି ନବୀନ ପଟ୍ଟନାୟକଙ୍କଙ୍କୁ କହିବାକୁ ଆସିଛି ରତ୍ନଭଣ୍ଡାରର ଚାବି କେଉଁଠି ଅଛି ଓଡିଶାବାସୀ ଦାଣିବାକୁ ଚାହୁଁଛନ୍ତି । ଡୁପ୍ଲିକେଟ ଚାବି କିଏ ତିଆରି କରିଥିଲା ? ଯାଞ୍ଚ ଆୟୋଗର ରିପୋର୍ଟକୁ କାହିଁକି ନବୀନ ବାବୁ ଚାପିକି ରଖିଛନ୍ତି । ମୁଁ କହୁଛି ବିଜେପି ସରକାର କରନ୍ତୁ ଯାଞ୍ଚ ଆୟୋଗର ରିପୋର୍ଟ ସାର୍ବଜନୀନ ହେବ । ୨୫ ବର୍ଷ ଓଡିଶା ବିକାଶର ବୃଥା ବର୍ଷ । ଏହି ୨୫ ବର୍ଷ ଓଡିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛି । ପଶ୍ଚିମ ଓଡିଶା ସହ ସରକାର ସାବତ ପୁଅ ଭଳି ବ୍ୟବହାର କରିଛନ୍ତି । ଆଜି ବି ଓଡିଶାର ୨୫ ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ । ୨୬ ଲକ୍ଷ ଲୋକଙ୍କ ଘରେ ନଳରୁ ଜଳ ଆସୁନି । ବିଜେପି ସରକାର ହେଲେ ୧ ବର୍ଷରେ ୨୬ ଲକ୍ଷ ପରିବାରକୁ ନଳରୁ ଜଳ ଦେବାର କାମ ବିଜେପି କରିବ । ଓଡିଶାର ଚାଷୀଙ୍କ ଆୟ ଦେଶରେ ସବୁଠୁ କମ । ବିଜେପି ସରକାର ହେଲେ ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ହୋଇଯିବ ବୋଲି କହିଥିଲେ ଶାହ । 

ଶାହ ଆହୁରି ବି କହିଥିଲେ ଯେ, ନବୀନ ସରକାର ହେଉଛି ଖାଲି ବ୍ୟାଗ୍‌ ର ସରକାର । ମୋଦୀ ପ୍ରତି ବ୍ୟକ୍ତିଙ୍କୁ ୫ କେଜି ଚାଉଳ ଦେଉଛନ୍ତି ନବୀନ ବାବୁ ତା ଉପରେ ନିଜର ବ୍ୟାଗ ଲଗାଇ ଲୋକଙ୍କୁ ଦେଉଛନ୍ତି । ନବୀନ ବାବୁ ଖାଲି ବ୍ୟାଗ୍‌ ନଦେଇ ସେଥିରେ ୨ କେଜି ଚାଉଳ ଦିଅନ୍ତୁ,  ଲୋକମାନେ ଉପକୃତ ହେବେ । ବୀରମିତ୍ରପୁରରେ ଲାଇନଷ୍ଟୋନର ମାଇନ୍ସ ଥିଲା ତାକୁ ବିଜେଡି ବନ୍ଦ କରିଦେଇଥିଲା । ୨୦୧୪ରେ ବିଜେପି ଏହାକୁ ଚାଲୁ କରିଥିଲା । ରଘୁନାଥ ପଲ୍ଲୀରେ ବିଶାଳ ଫର୍ଟିଲାଇଜର ପ୍ଲାଣ୍ଟ ଥିଲା ୨୫ କୋଟି ଟଙ୍କାରେ ବିକିଥିଲେ । ମେଡିକାଲ କଲେଜର ଦାବି ଥିଲା ନବୀନ ସରକାର ଶିଳାନ୍ୟାସ ତ କଲେ ହେଲେ କେବେ ଚାଲୁ କରିନଥିଲେ । ଏବେ ବିଜେପି ସରକାର ତାକୁ ଚାଲୁ କରିବାକୁ ଯାଉଛନ୍ତି ବୋଲି ଶାହା କହିଥିଲେ ।

ଅମିତ୍ ଶାହ କହିଥିଲେ, ଏଠି ଆଦିବାସୀଙ୍କ ଜମି ହଡପ କରାଯାଉଛି । ମୋଦୀ ସରକାର ଆଦିବାସୀଙ୍କୁ ସମ୍ମାନ କରୁଛନ୍ତି । ମୋଦୀ ୨୦୦ କୋଟି ଖର୍ଚ୍ଚରେ ଆଦିବାସୀ ମ୍ୟୁଜିୟମ ତିଆରି କରୁଛନ୍ତି, ୧୫ ନଭେମ୍ବରକୁ ବିର୍ସାମୁଣ୍ଡା ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ମନାଉଛନ୍ତି । ସୁନ୍ଦରଗଡ ବିକାଶ ପାଇଁ ୭୦୦ କୋଟି ଖର୍ଚ୍ଚରେ ୨୪ କିମି ବିରମିତ୍ରପୁର ବ୍ରାହ୍ମଣୀ ବାଇପାସ ତିଆରି କରାଯାଇଛି । ରାଉରକେଲା ପାଇଁ ବନ୍ଦେଭାରତ ଏକ୍ସପ୍ରେସ ଚାଲିଛି । ଓଡିଶାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ହେବା ଦରକାର ବୋଲି କହିଥିଲେ ଅମିତ୍‌ ଶାହ । ଏଥି ସହ ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ ବୋଲି ଦମ୍ଭୋକ୍ତି କରିଥିଲେ ଶାହ ।   ଆଜି ରାଉରକେଲାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ମୋଦି ସରକାରଙ୍କ ବିକାଶର କଥା କହିବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.