ନୂଆଦିଲ୍ଲୀ – ଦିଲ୍ଲୀରେ ଏବେ ବିଦ୍ୟୁତ୍ ସଙ୍କଟ ସାଙ୍ଘାତିକ ସ୍ଥିତିରେ। ଦିଲ୍ଲୀ ସରକାରଙ୍କର ମନ୍ତ୍ରୀ ଆତିଶୀ ଏହି ସୂଚନା ଦେଇଛନ୍ତି। ଆତିଶୀ କହିଛନ୍ତି , ୟୁପିର ମଣ୍ଡୋଲାରେ ପିଜିସିଆଇଏଲ୍ର ଏକ ସବ୍-ଷ୍ଟେସନରେ ନିଆଁ ଲାଗିଛି। ଏହି ସବ୍-ଷ୍ଟେସନରୁ ଦିଲ୍ଲୀକୁ ୧୫୦୦ ମେଗାୱାଟ୍ ବିଦ୍ୟୁତ୍ ମିଳିଥାଏ। ଆତିଶୀ କହିଛନ୍ତି କି, ମଣ୍ଡୋଲା ସବ୍ – ଷ୍ଟେସନରେ ନିଆଁ ଲାଗିବା ଯୋଗୁଁ ଦିଲ୍ଲୀର ଅନେକ ସ୍ଥାନରେ ପାୱାର୍ କଟ୍ ହୋଇଛି।
ଏହା ଖୁବ୍ ଗୁରୁତର ମାମଲା ପାଲଟିଛି। ଏହା ବହୁତ ଚିନ୍ତାର ବିଷୟ କି ବର୍ତ୍ତମାନ ସମୟରେ ଦେଶର ଇଲେକ୍ଟ୍ରୋନିକ ଇନଫ୍ରାଷ୍ଟ୍ରକଚର ଫେଲ୍ ହୋଇ ସାରିଛି। ଆତିଶୀ କହିଛନ୍ତି କି, ୨ ଟା ୧୧ ମିନିଟ୍ରେ ଦିଲ୍ଲୀର ଅନେକ ଅଞ୍ଚଳରେ ପାୱାର କଟ୍ ହୋଇଛି। ଏଥିରେ ପୂର୍ବୀୟ ଦିଲ୍ଲୀର ଅନେକ ଅଞ୍ଚଳ , ଆଇଟିଓର ଅଞ୍ଚଳ , ଦକ୍ଷିଣୀ ଦିଲ୍ଲୀରେ ସୁଖଦେବ ବିହାର , ଆଶ୍ରମ , ସରିତା ବିହାର ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି।
ମନ୍ତ୍ରୀ ଆତିଶୀ କହିଛନ୍ତି , ବର୍ତ୍ତମାନ ଦିଲ୍ଲୀ ସରକାର ରାଷ୍ଟ୍ରୀୟ ରାଜଧାନୀର ବିଦ୍ୟୁତ୍ କମ୍ପାନୀଙ୍କୁ ଏହି ମାମଲାରେ ଆଲୋଚନା କରୁଛନ୍ତି। ଏହାର ତୁରନ୍ତ ସମାଧାନ ପାଇଁ ଦିଲ୍ଲୀର ଅନ୍ୟ ପାୱାର ଉତ୍ସ (ଯେମିତି ଏନ-୧)ସହ ଲିଙ୍କ୍ କରାଯାଉଛି।
ଆତିଶୀ ଏହାକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ମାମଲା କହିଛନ୍ତି। ସେ କହିଛନ୍ତି –ମୁଁ ଆଜି କେନ୍ଦ୍ର ସରକାରଙ୍କ ନୂଆ ବିଦ୍ୟୁତ୍ ମନ୍ତ୍ରୀ ହୋଇଥିବା ମନୋହର ଲାଲ ଜୀଙ୍କୁ ସମୟ ମାଗିବି। ଦେଶର ସମସ୍ତ ପାୱାର ଟ୍ରାନ୍ସମିଶନ ସିଷ୍ଟମକୁ କେନ୍ଦ୍ର ସରକାର ଚଲାଇ ଥାନ୍ତି। ପାୱାର ଗ୍ରିଡ୍ କର୍ପୋରେସନ ଅଫ୍ ଇଣ୍ଡିଆ , ଏନଟିପିସି ଏହାର ଏକ ପୂରା ନ୍ୟାସନାଲ ପାୱାର ଗ୍ରିଡ୍।