ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯିବେ ଭାରତୀୟ ମହାକାଶଚାରୀ, ଲୋକସଭାରେ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ,୨୭।୭: ଭାରତର ମହାକାଶ ମିଶନ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ  ବଡ଼ ସୂଚନା। ଲୋକସଭାରେ ସେ କହିଛନ୍ତି, ଇସ୍ରୋର ଗଗନଯାତ୍ରୀ ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍(ଆଇଏସ୍ଏସ୍) ର ଯାତ୍ରା କରିବାକୁ ଯାଉଛନ୍ତି। ଲୋକସଭାରେ ଏକ ଲିଖିତ ଜବାବରେ ସେ କହିଛନ୍ତି, ଭାରତୀୟ ମହାକଶ ଏଜେନ୍ସି  ଓ ଆମେରିକାର ମହାକାଶ ଏଜେନ୍ସି ନାସା ଏକାଠି ମିଶି ଏକ ମିଶନ୍ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ମିଶନ୍‌ରେ ଭାରତର ଜଣେ ମହାକାଶଯାତ୍ରୀ ଯିବେ। ସେ କହିଛନ୍ତି, ଅଗଷ୍ଟରେ ମହାକାଶ ଯାତ୍ରୀଙ୍କୁ ପଠାଯାଇପରେ। 

ଉଲ୍ଲେଖନୀୟ ଯେ, ଏହା ନାସାର ଏକ ପ୍ରାଇଭେଟ୍ କମ୍ପାନୀ ଓ ଇସ୍ରୋ ଭିତରେ ଏକ ମିଳିତ ମିଶନ୍। Axiom Space ନାମକ କମ୍ପାନୀ ସହ ଇସ୍ରୋ ମଧ୍ୟ ଚୁକ୍ତି କରିଛି। ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ମାସରେ ଏହି ମିଶନ୍‌ ଫ୍ଲୋରିଡାର କେନେଡି ସ୍ପେସ୍‌ ସେଣ୍ଟରରୁ ଲଞ୍ଚ କରାଯିବ। ଇସ୍ରୋ ପୂର୍ବରୁ ଏୟାରଫୋର୍ସରୁ ସିଲେକ୍ଟ କରାଯାଇଥିବା ୪ ଅନ୍ତର୍ଜାତୀୟ ମହାକାଶ ଯାତ୍ରୀଙ୍କୁ ମିଶନ୍ ଗଗନଯାନର ଟ୍ରେନିଂ ଦେଉଛି। ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍‌ରେ ଯାଉଥିବା ମହାକାଶଯାତ୍ରୀ ତାଙ୍କ ଭିତରୁ ଜଣେ ରହିବେ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ  କହିଛନ୍ତି, ଯେଉଁ ଚାରି ପାଇଲଟ୍‌ଙ୍କୁ ମିଶନ୍‌ ଗଗନଯାନ ପାଇଁ ସିଲେକ୍ଟ କରାଯାଇଥିଲା ତାଙ୍କୁ ମହାକାଶଯାତ୍ରାର ଟ୍ରେନିଂ ଦିଆଯାଇଛି। ବର୍ତ୍ତମାନ ତାଙ୍କର ଟ୍ରେନିଂ ମହାକଶଯାତ୍ରୀ ପ୍ରଶିକ୍ଷଣ କେନ୍ଦ୍ରରୁ ଲଞ୍ଚ କରାଯିବ। ଏହାର ନିର୍ମାଣ କାର୍ଯ୍ୟଚାଲିଛି। ଲୋକସଭାରେ ଟିଏମ୍‌ସି ସାଂସଦ ସୌଗତ ରୟ ମହାକାଶ ମିଶନ୍‌କୁ ନେଇ ପ୍ରଶ୍ନ ପଚାରିଥିଲେ। ତା’ର ଉତ୍ତର ଦେଇ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ।

ଉଲ୍ଲେଖନୀୟ ଯେ, ଇସ୍ରୋର ଗଗନଯାନ ପ୍ରୋଜେକ୍ଟ  କାମ ଚାଳିଛି। ଏହି ମିଶନ୍ ଅନୁସାରେ, ଭାରତର ତିନି ମହାକାଶଯାତ୍ରୀଙ୍କୁ ସ୍ପେସ୍  ପଠାଯିବ। ମହାକାଶଯାତ୍ରୀଙ୍କୁ ଚୟନ କରି ତାଙ୍କର ଟ୍ରେନିଂ କରାଯାଉଛି। ଆଶା ରହିଛି ୨୦୨୫ରେ ଏହି ମିଶନ୍ ଲଞ୍ଚ ହେବ। ଗଗନଯାନ ପୃଥିବୀର ୪୦୦ କିଲୋମିଟର କକ୍ଷରେ ୩ ଦିନ ପର୍ଯ୍ୟନ୍ତ ଚକ୍କର ଲଗାଇବ ଓ ଏହାପରେ ସୁରକ୍ଷିତ  ଭାବେ ପୃଥିବୀରେ ଅବତରଣ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.