ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଦିଲ୍ଲୀରେ ନିର୍ବାଚନ ପ୍ରଚାର ଶେଷ, କେଉଁ ସିଟରେ କାହା ମଧ୍ୟରେ ହେବ ମୁକାବିଲା ? ଜାଣନ୍ତୁ...

ନୂଆଦିଲ୍ଲୀ, ୨୩/୫ : ରାଜଧାନୀ ଦିଲ୍ଲୀରେ ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି । ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ୩ଦଳର ପ୍ରାର୍ଥୀ ଶେଷ ଦିନରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବାକୁ ଜନସଭା, ରାଲି କରିଥିଲେ । ଏବେ ସମସ୍ତଙ୍କୁ ୨୫ମଇ ସକାଳକୁ ଅପେକ୍ଷା । ଯେତେବେଳେ ଦିଲ୍ଲୀର ମତଦାତା ନିଜ ମତଦାନ କରିବେ ।  

ଦିଲ୍ଲୀରେ ଲୋକସଭାର ପ୍ରାୟ ୭ସିଟ ଉତ୍ତର ପୂର୍ବ ଦିଲ୍ଲୀ, ଉତ୍ତର ପଶ୍ଚିମ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଦକ୍ଷୀଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ନୂଆ ଦିଲ୍ଲୀ ଏବଂ ଚାନ୍ଦିନୀ ଚୌକ ଅଟେ । ପ୍ରାୟ ସବୁ ସିଟରେ ବିଜେପିର କବ୍ଜା ଅଟେ । ବିଜେପି ଉତ୍ତର- ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିଓ୍ବାରୀଙ୍କୁ ତୃତୀୟ ଥର ସୁଯୋଗ ଦେଇଛି ଯାହାକି ବାକି ୬ସାଂସଦଙ୍କ ଟିକଟ କାଟି ଦେଇଛି । ସବୁ ସିଟରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ରାଜଧାନୀରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଅଛି । ମେଣ୍ଟ ମାଧ୍ୟମରେ କଂଗ୍ରେସ ୩ ଏବଂ ଆପ୍ ୪ସିଟରେ ନିର୍ବାଚନ ଲଢୁଛି ।

ଉତ୍ତର ପୂର୍ବ ଦିଲ୍ଲୀ- ମନୋଜ ତିଓ୍ବାରୀ(ବିଜେପି) ବନାମ କହ୍ନେୟା କୁମାର (କଂଗ୍ରେସ)

ଉତ୍ତର ପଶ୍ଚିମ ଦିଲ୍ଲୀ- ଉଦିତ ରାଜ(କଂଗ୍ରେସ) ବନାମ ଯୋଗେନ୍ଦ୍ର ଚନ୍ଦୋଲିୟା(ବିଜେପି)

ପୂର୍ବ ଦିଲ୍ଲୀ- ହର୍ଷ ମହ୍ଲୋତ୍ରା(ବିଜେପି) ବନାମ କୂଲଦୀପ କୁମାର(ଆପ)

ନୂଆଦିଲ୍ଲୀ- ବାଂସୁରୀ ସ୍ବରାଜ(ବିଜେପି) ବନାମ ସୋମନାଥ ଭାରତୀ(ଆପ)

ଦକ୍ଷିଣ ଦିଲ୍ଲୀ- ରାମବୀର ସିଂହ ବିଧୁଡ଼ି(ବିଜେପି) ବନାମ ସହୀ ରାମ ପହଲବାନ(ଆପ)

ପଶ୍ଚିମ ଦିଲ୍ଲୀ- କମଲଜୀତ ସହରାଓ୍ବତ(ବିଜେପି) ବନାମ ମହାବଳ ମିଶ୍ରା(ଆପ)

ଚାନ୍ଦିନୀ ଚୌକ- ପ୍ରବୀଣ ଖଣ୍ଡେଲଓ୍ବାଲ(ବିଜେପି) ବନାମ ଜୟ ପ୍ରକାଶ ଅଗ୍ରଓ୍ବାଲ (କଂଗ୍ରେସ)

ଚାନ୍ଦିନୀ ଚୌକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ହର୍ଷ ବର୍ଦ୍ଧନଙ୍କୁ ଜୟ ପ୍ରକାଶ ଅଗ୍ରଓ୍ବାଲଙ୍କୁ ପରାସ୍ତ କରିଥିଲେ । ଉତ୍ତର- ପୂର୍ବ ଦିଲ୍ଲୀ ସିଟରେ ବିଜେପିର ମନୋଜ ତିଓ୍ବାରୀ ପୂର୍ବତନ ସିଏମ୍ ଶୀଲା ଦୀକ୍ଷିତଙ୍କୁ ପରାସ୍ତ କରିଥିଲେ । ପୂର୍ବ ଦିଲ୍ଲୀ ସିଟରେ ବିଜେପିର ଗୌତମ ଗମ୍ଭୀର ଅରବିନ୍ଦ ସିଂହ ଲବଲୀଙ୍କୁ ପରାସ୍ତ କରିଥିଲେ । ଲବଲୀ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି । ସେହି ସମୟରେ ସେ କଂଗ୍ରେସରୁ ନିର୍ବାଚନ ଲଢୁଥିଲେ । ନୂଆ ଦିଲ୍ଲୀ ସିଟରେ ବିଜେପିର ମୀନାକ୍ଷୀ ଲେଖୀ କଂଗ୍ରେସର ଅଜୟ ମାକନଙ୍କୁ ହରାଇଥିଲେ । ଉତ୍ତର- ପଶ୍ଚିମ ଦିଲ୍ଲୀରେ ବିଜେପିର ହଂସ ରାଜ ହଂସ କଂଗ୍ରେସର ରାଜେଶ ଲିଲୋଥିୟାଙ୍କୁ ହରାଇଥିଲେ । ପଶ୍ଚିମ ଦିଲ୍ଲୀରେ ପରବେଶ ବର୍ମା କଂଗ୍ରେସର ମହାବଳ ମିଶ୍ରାଙ୍କୁ ହରାଇଥିଲେ ଯାହାକି ଦକ୍ଷିଣୀ ଦିଲ୍ଲୀରେ ବିଜେପିକୁ ରମେଶ ବିଧୁଡ଼ ବିଜେନ୍ଦର ସିଂହଙ୍କୁ ହରାଇଥିଲେ ।

ଦିଲ୍ଲୀରେ ଚଳିତ ଥର ୧.୫କୋଟିର ଅଧିକ ମତଦାତାଙ୍କୁ ଭୋଟ ଦେବାରେ ଅଛି । ଯାହାଙ୍କ ଲାଗି ୨୬୨୭ସ୍ଥାନରେ ପ୍ରାୟ ୧୩ହଜାର ୬୩୭ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଥର ପରି ଏଥର ବି ଦିଲ୍ଲୀରେ ପ୍ରତି ବିଧାନସଭା କ୍ଷେତ୍ରରେ ଗୋଟିଏ ଗୋଟିଏ ପିଙ୍କ୍ ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି, ଯାହାର ଦାୟିତ୍ବ ମହିଳାକର୍ମୀଙ୍କୁ ଦିଆଯାଇଛି । ସେହିଭଳି ଏଭଳି ମତଦାନ କେନ୍ଦ୍ର ବି ନିର୍ମାଣ କରାଯାଇଛି ଯାହାର ଦାୟିତ୍ବ ଦିବ୍ୟାଙ୍ଗ କର୍ମଚାରୀ ସମ୍ଭାଳିବେ । ମତଦାନ ସମୟରେ ସୁରକ୍ଷାର କଥା ଯଦି ଆମେ କହିବା ତେବେ ସିଆରପିଏଫର ୪୬କମ୍ପାନୀ, ୧୯ହଜାର ହୋମଗାର୍ଡ଼ ଏବଂ ୭୮୫୭୮ଦିଲ୍ଲୀ ପୋଲିସର ଯବାନଙ୍କୁ ନିୟୋଜିତ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.