ଦିଲ୍ଲୀ,୧୩/୦୪: ଆଇପିଏଲ୍ ୨୦୨୫ ମହାସମରର ୨୯ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀରେ ଦମ୍ ଦେଖାଇଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ୍ ଶର୍ମା ଓ ରିକଲଟନ୍ ଆଉଟ୍ ହେବା ପରେ ଟିମକୁ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଓ ତିଲକ୍ ବର୍ମା । ନିର୍ଦ୍ଧାରିତ ଓଭରରେ ମୁମ୍ବାଇ ୫ ଓ୍ବିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିଛି । ଯାହାଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୨୦୬ ରନ୍ର ଲକ୍ଷ୍ୟ ରହିଛି । ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ଦୁଇଟି ଓ୍ବିକେଟ୍ ନେଇଛନ୍ତି ।

ବାପା ହିଁ ରହିବେ CM ଫେସ୍ : ନିଶାନ୍ତ କୁମାର