ଜୟପୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି। ରାଜସ୍ଥାନ ଦଳ ତାର ଘରୋଇ ଗ୍ରାଉଣ୍ଡ ଅର୍ଥାତ୍ ସୱାଇ ମାନସିଂହ ଷ୍ଟାଡିୟମରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ମୁକାବିଲାରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୭୩ ରନ କରିଥିଲା । ଜବାବରେ ବେଙ୍ଗାଲୁରୁ ଦଳ ୧୮ତମ ଓଭରରେ ହିଁ ଲକ୍ଷ୍ୟ ହାସଲ କରି ନେଇଛି । ଆରସିବିର ବିଜୟରେ ବିରାଟ କୋହଲି ଏବଂ ଫିଲ୍ ସଲ୍ଟଙ୍କର ବଡ଼ ଅବଦାନ ରହିଛି, ଦୁହେଁ ଦୃଢ଼ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ।
୧୭୪ ରନର ଟାର୍ଗେଟକୁ ପିଛା କରି ବିରାଟ କୋହଲି ଏବଂ ଫିଲ ସଲ୍ଟ ଆରସିବିକୁ ଏକ ଭଲ ଆରମ୍ଭ ଦେଇଥିଲେ। ଦୁହିଁଙ୍କ ମଧ୍ୟରେ ୯୨ ରନର ଏକ ଚମତ୍କାର ପ୍ରାରମ୍ଭିକ ଭାଗୀଦାରି ହୋଇଥିଲା । ସଲ୍ଟ ମାତ୍ର ୩୩ ବଲ୍ରେ ୬୫ ରନ୍ର ଏକ ଦମଦାର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୫ ଚୌକା ଏବଂ ୬ ଛକା ମାରିଥିଲେ । ଅନ୍ୟପକ୍ଷରେ, ବିରାଟ କୋହଲି ୪୫ ବଲ୍ରେ ୬୨ ରନ୍ର ଅପରାଜିତ ଇନିଂସ ଖେଳିଥିଲେ । ସେ ତାଙ୍କ ଇନିଂସରେ ୪ଟି ଚୌକା ଏବଂ ୨ଟି ଛକା ମାରିଥିଲେ।
ଫିଲ୍ ସଲ୍ଟଙ୍କ ଆଉଟ୍ ପରେ, ବିରାଟ କୋହଲି ଦେବଦତ୍ତ ପାଡିକଲଙ୍କ ସହିତ ମିଶି ୮୩ ରନର ଭାଗୀଦାରି କରି ବେଙ୍ଗାଲୁରୁର ବିଜୟ ସୁନିଶ୍ଚିତ କରିଥିଲେ। ଗୋଟିଏ ପଟେ, ବିରାଟ ୬୨ ରନର କରିଥିବା ବେଳେ ପାଡିକଲ ୨୮ ବଲରେ ଅପରାଜିତ ୪୦ ରନ କରିଥିଲେ ।