ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦିଲ୍ଲୀରେ ୨୦ଫେବୃଆରୀ ସନ୍ଧ୍ୟା ନୁହେଁ ସକାଳେ ହେବ ସିଏମଙ୍କ ଶପଥ, ବିଜେପି କାହିଁକି ବାଛିଲା ନୂଆ ମୁହୁର୍ତ୍ତ !

Published By : Prameya | February 18, 2025 5:33 PM

ନୂଆଦିଲ୍ଲୀ, ୧୮/୨ :   ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଶାନଦାର ବିଜୟ ହୋଇଛି ଏବଂ ୨୭ବର୍ଷ ପରେ ଦିଲ୍ଲୀର ଗାଦି ହାତେଇବାରେ ଦଳ ସଫଳ ହୋଇଛି । ୨୦ଫେବୃଆରୀରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି । ମାତ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ଏହା ଉପରେ ସସ୍ପେଂଶ ଜାରି ରହିଛି । 

ଏହା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀରେ ଶପଥ ଗ୍ରହଣ ସମାରୋହକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଶପଥ ଗ୍ରହଣ ସମାରୋହର କାର୍ଯ୍ୟକ୍ରମ ରାମଲୀଳା ମୈଦାନରେ ଆୟୋଜିତ କରାଯିବ । ଏଥିରେ ବିଜେପିର କେତେକ ବଡ଼ ନେତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ ୨୦ଫେବୃଆରୀରେ ଶପଥ ଗ୍ରହଣ ସମାରୋହ ସକାଳ ୧୧ଟାରେ ଆରମ୍ଭ ହେବ । ଏହା ପୂର୍ବରୁ କୁହାଯାଉଥିଲା କି ଶପଥ ଗ୍ରହଣ ସମାରୋହ ସନ୍ଧ୍ୟା ୪ଟା ୩୦ମିନିଟରେ ଆରମ୍ଭ ହେବ । କିନ୍ତୁ ଏବେ ଶପଥ ଗ୍ରହଣର ସମୟ ପରିବର୍ତ୍ତନ କରାଯାଇଛି । ପ୍ରକାଶ ଯେ, ବିଜେପି ସବୁବେଳେ ନିଜ ବଡ଼ କାର୍ଯ୍ୟକ୍ରମ ଲାଗି ମୁହୁର୍ତ୍ତର ଖାସ୍ ଧ୍ୟାନ ଦେଇଥାଏ । ଏଭଳି ସ୍ଥଳେ ହୋଇପାରେ ମୁହୂର୍ତ୍ତକୁ ନେଇ ଶପଥ ଗ୍ରହଣ ଉତ୍ସବକୁ ପରିବର୍ତ୍ତନ କରାଯାଇଛି । 

ଶପଥ ଗ୍ରହଣ ସମାରୋହ ଔପଚାରିକ ଭାବେ ସକାଳ ୧୧ଟାରୁ ଆରମ୍ଭ ହେବ । ଏହାପରେ କେତେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ସିଙ୍ଗର କୈଲାଶ ଖେରଙ୍କ ପରଫର୍ମାନ୍ସ ବି ଏହି କାର୍ଯ୍ୟକ୍ରମ ସମୟରେ ହେବ । ୧୨ଟା ସମୟ ପାଖାପାଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ପହଞ୍ଚିବେ । ତାଙ୍କ ସମ୍ବୋଧନ ବି ଏହି କାର୍ଯ୍ୟକ୍ରମ ସମୟରେ ହୋଇପାରେ । ଏହାପରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଦିଲ୍ଲୀରେ ଶପଥ ଗ୍ରହଣର କାର୍ଯ୍ୟକ୍ରମ୨-୩ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ ।

ପ୍ରକାଶ ଯେ, ଦିଲ୍ଲୀର ୭୦ବିଧାନସଭା ସିଟରେ ୫ଫେବୃଆରୀରେ ମତଦାନ ହୋଇଥିଲା । ଏହାର ଫଳାଫଳ ଘୋଷଣା ୮ଫେବୃଆରୀରେ ହୋଇଥିଲା । ଦିଲ୍ଲୀ ନିର୍ବାଚନରେ ବିଜେପି ୭୦ରୁ ୪୮ସିଟରେ ବିଜୟୀ ଲାଭ କରିଥିଲା । ଆମ ଆଦମୀ ପାର୍ଟି ୨୨ସିଟରେ ରହିଯାଇଥିଲା । କଂଗ୍ରେସକୁ ଗୋଟିଏ ବି ସିଟ୍ ମିଳିନଥିଲା । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.