ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଦିଲ୍ଲୀରେ କଂଗ୍ରେସର ସ୍କୋର ଶୂନ; ତଥାପି ରାହୁଲଙ୍କ ପାଇଁ ଗୁଡନ୍ୟୁଜ୍‌ କ'ଣ?

Published By : Prameya | February 8, 2025 2:03 PM

Image source: NDTV

ନୂଆଦିଲ୍ଲୀ,୦୮/୦୨: ୨୭ ବର୍ଷ ପରେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଜୟୀ ହେଉଥିବା ପରି ମନେ ହେଉଛି। ସକାଳ ୧୧:୧୧ ପର୍ଯ୍ୟନ୍ତ ଟ୍ରେଣ୍ଡରେ, ବିଜେପି ୪୨ଟି ଆସନରେ ଆଗୁଆ ଥିବା ଦେଖାଯାଉଛି। ସେହିପରି, ଆମ ଆଦମୀ ପାର୍ଟି ୨୮ଟି ଆସନରେ ଆଗୁଆ ଥିବା ଦେଖାଯାଉଛି। କଂଗ୍ରେସ ଦଳ ଲଗାତାର ତୃତୀୟ ନିର୍ବାଚନରେ ଶୂନ୍ୟରେ ଥିବା ପରି ମନେ ହେଉଛି। ଦଳର ପ୍ରାର୍ଥୀମାନେ କୌଣସି ଆସନରେ ଆଗୁଆ ନାହାନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ପ୍ରାର୍ଥୀ ବାଦଲି ଆସନରେ ଆଗୁଆ ଥିଲେ କିନ୍ତୁ ପରେ ସେ ପୁଣି ପଛରେ ପଡ଼ିଗଲେ।

ତଥାପି, କଂଗ୍ରେସ ପାଇଁ ଏକ ଭଲ ଖବର ମଧ୍ୟ ଅଛି କାରଣ ଏହାର ଭୋଟ ପ୍ରତିଶତ ବୃଦ୍ଧି ପାଉଛି। କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ହାରରେ ବୃଦ୍ଧି ହେବା ପରି ମନେ ହେଉଛି। ସକାଳ ୧୧:୪୭ ପର୍ଯ୍ୟନ୍ତ ଅପଡେଟ୍ ଅନୁଯାୟୀ, କଂଗ୍ରେସ ଗତ ନିର୍ବାଚନ ତୁଳନାରେ ପ୍ରାୟ ୩ ପ୍ରତିଶତ ଅଧିକ ଭୋଟ୍ ପାଇଛି। କହିରଖୁଛୁ ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀରେ ଭୋଟ ବିଜେପି ସପକ୍ଷରେ ଯାଇଥିଲା। କିଛି ସମୟ ପରେ କିଛି ଆସନରୁ ଦଳ ପଛରେ ପଡ଼ିଥିଲେ ହେଁ ପରବର୍ତ୍ତି ସମୟରେ ପୂର୍ବଭଳି ଭୋଟଫର୍ମକୁ ଫେରିଥିଲା। 

ଭୋଟ ଗଣତିର ପ୍ରଥମ ଅଧ ଘଣ୍ଟାରେ ବିଜେପି ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। କିନ୍ତୁ କିଛି ସମୟ ପରେ ବିଜେପିର ପଲା ଭାରି ହେବାରେ ଲାଗିଥିଲା। ଯଦି ଆମେ ଦୁଇ ଘଣ୍ଟାର ଗଣନାରୁ ଆସୁଥିବା ଟ୍ରେଣ୍ଡ ବିଷୟରେ କହିବା, ତେବେ ବିଜେପି ୨୪ ଟି ଆସନରେ ଆଗୁଆ ରହିଥିବା ବେଳେ ଆପ୍ ୧୦ଟି ଆସନରେ ଆଗୁଆ ଅଛି। ଦିଲ୍ଲୀର ଟ୍ରେଣ୍ଡକୁ ନେଇ ବିଜେପି ଶିବିରରେ ଖୁସିର ଲହରୀ ଖେଳିଯାଇଛି। ସନ୍ଧ୍ୟା ୭.୩୦ ରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି ମୁଖ୍ୟାଳୟରେ କର୍ମୀମାନଙ୍କୁ ସମ୍ବୋଧିତ କରିବେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.