ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହାକୁମ୍ଭରୁ ଫେରୁଥିଲେ ପରିବାର, ରାସ୍ତାକଡ଼ ଟ୍ରକକୁ ଧକ୍କା ଦେଲା କାର୍, ୫ ମୃତ, ୩ ଆହତ..

Published By : Prameya | February 18, 2025 9:02 PM

ନୂଆଦିଲ୍ଲୀ: ରାଜସ୍ଥାନର ଦୌସା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା, ଯାହା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆଜି (ମଙ୍ଗଳବାର) ଜୟପୁର ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ କୋତୱାଲି ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତକଙ୍କ ମୃତଦେହକୁ ଜିଲ୍ଲା ହସ୍ପିଟାଲକୁ ପଠାଇଛି। ଏହା ବ୍ୟତୀତ ଦୁର୍ଘଟଣା ପରେ କାରରେ ଫସି ରହିଥିବା ଆହତ ମାନଙ୍କୁ ବହୁତ ପରିଶ୍ରମ ପରେ ବାହାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା।

ପୋଲିସର ସୂଚନା ଅନୁଯାୟୀ, କାରରେ ଥିବା ସମସ୍ତ ଲୋକ କୁମ୍ଭରୁ ଫେରୁଥିଲେ। ଏହି ସମୟରେ,ସକାଳ ୧୧:୦୦ ଟା ସମୟରେ, ଦୌସା ବାଇପାସରେ ଏକ ଇକୋ କାର ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। କୁହାଯାଉଛି ଯେ ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି, ଯାହାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। 

ଏହି ଦୁର୍ଘଟଣା ପରେ, କାରରେ ଫସି ରହିଥିବା ଆହତମାନଙ୍କୁ ବାହାର କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ପୋଲିସକୁ ପ୍ରାୟ ଗୋଟିଏ ଘଣ୍ଟା କଠିନ ପରିଶ୍ରମ କରିବାକୁ ପଡିଥିଲା। ଏହା ପରେ, ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.