ପ୍ରମୂଖ ଖବର
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଅଦିନିଆ ବର୍ଷାରେ କ୍ଷୟକ୍ଷତି ଆକଳନ କରାଯାଉଛି , ସମସ୍ତଙ୍କୁ ମିଳିବ କ୍ଷତିପୂରଣ : ଯୋଗାଣ ମନ୍ତ୍ରୀ

Published By : Prameya | December 24, 2024 4:14 PM

ଭୁବନେଶ୍ବର, ୨୪।୧୨ : ପାଗ ଖରାପ ଯୋଗୁଁ ସବୁ ସ୍ଥାନରେ ମଣ୍ଡି ଖୋଲିନି। ଅଦିନିଆ ବର୍ଷାରେ କ୍ଷୟକ୍ଷତି ଆକଳନ କରାଯାଉଛି। ସରକାର ସତର୍କ ଅଛନ୍ତି, ସମସ୍ତଙ୍କୁ କ୍ଷତିପୂରଣ ମିଳିବ। ଅଦିନିଆ ବର୍ଷାରେ ଧାନ ଓଦା ହୋଇଥିବାରୁ   ଚାଷୀଙ୍କୁ ସମୟ ଦିଆଯିବ ଧାନ ଶୁଖେଇ ଏଫଏକ୍ୟୁ ମାନର ଦେବା ପାଇଁ। ବର୍ଷାରେ ଓଦା ହୋଇଥିବାରୁ ଏଫଏକ୍ୟୁ ମାନର ଧାନ ନଥିଲେ ବି ଆବଶ୍ୟକ ସ୍ଥଳେ ବିଚାରକୁ ନିଆଯିବ। ଏ ନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ସାଢେ଼ ୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ଦେଢ଼ ଲକ୍ଷ ଚାଷୀ ଧାନ ବିକିଥିବା ୨୧୦୦ କୋଟି ଚାଷୀଙ୍କ ଆକାଉଣ୍ଟ କୁ ପଠା ଯାଇଛି।  ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟ କୁ ଟଙ୍କା ଯାଉଛି। ପ୍ରତ୍ୟେକ ଚାଷୀଙ୍କ ଠାରୁ ଧାନ କିଣାଯିବ। ଅଦିନିଆ ବର୍ଷା ପାଇଁ ଅନ୍ୟ ଜିଲ୍ଲାରେ ମଣ୍ଡି ଖୋଲିବା ବିଳମ୍ବ ହେବ। କିନ୍ତୁ ଟୋକନ ଲାପ୍ସ ହେଲେ ବି ଜିଲ୍ଲାପାଳ ମାନଙ୍କୁ ୧୫ ଦିନ ସମୟ ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.