ଖୋର୍ଦ୍ଧା, ୨୫/୧୨: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବନାଞ୍ଚଳ ଅଧିନସ୍ଥ ରମାବିଲ ଗ୍ରାମରେ ହାତୀ ଉପଦ୍ରବ । ବ୍ୟାପକ ଧାନ ଫସଲ ନଷ୍ଟ । ୪ ଜଣ ଚାଷୀଙ୍କର ବର୍ଷକର ଅମଳ ଉଜାଡିଦେଲା ୨୨ ଟିକିଆ ହାତୀପଲ । ହାତୀ ପଲଙ୍କୁ ଜଙ୍ଗଲ ମୁହାଁ କରିବାରେ ବନ ବିଭାଗ ବିଫଳ । ଉପଯୁକ୍ତ କ୍ଷତିପୁରଣ ପାଇଁ ଚାଷୀଙ୍କର ଦାବି ।
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ହାତୀପଲ ରମାବିଲ ଅଞ୍ଚଳ ରେ ବିଲ ଭିତରେ ପଶିଥିଲେ । ସେଠାରେ ଗଦା ହୋଇ ରହିଥିବା କଳେଇ ଗଦା କୁ ଖାଇ ନଷ୍ଟ କରି ଦେଇଥିଲେ ହାତୀପଲ । ଫଳରେ 4 ଜଣ ଚାଷୀଙ୍କର 4 ହଜାର କଳେଇ ନଷ୍ଟ ହେବା ସହ ବର୍ଷକର ଦାନା ନଷ୍ଟ ହୋଇଯାଇଛି । ଏନେଇ ବନ ବିଭାଗକୁ ଖବର ଦେଇଥିଲେ ଲୋକେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚିଛନ୍ତି । ଚାଷ ନଷ୍ଟ ହେବା ପରେ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ।