ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଓଡ଼ିଶାରେ ଜଙ୍ଗଲ ନିଆଁ : ରାୟଗଡ଼ାରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ

Published By : Prameya | December 25, 2024 8:58 AM

ଭୁବନେଶ୍ୱର, ୨୫/୧୨: ଓଡ଼ିଶାରେ ଜଙ୍ଗଲ ନିଆଁ ଅପେକ୍ଷାକୃତ କମିଛି । ଆଶ୍ୱସ୍ତିର କଥା ହେଲା ଜଙ୍ଗଲ ଆଚ୍ଛାଦିତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଜଙ୍ଗଲ ନିଆଁ ବହୁ ପରିମାଣରେ କମିଛି । ଜାତୀୟ ଜଙ୍ଗଲ ରିପୋର୍ଟର ସୂଚନା ଅନୁସାରେ, ୨୦୨୨-୨୩ରେ ଏହି ୫ ଜିଲ୍ଲାରେ ଜଙ୍ଗଲ ନିଆଁ ୩ ହଜାରରୁ ଅଧିକ ଥର ବ୍ୟାପିଥିଲା । ୨୦୨୩-୨୪ରେ କିନ୍ତୁ ଏହିସବୁ ଜିଲ୍ଲାରେ ଜଙ୍ଗଲ ନିଆଁ କେଉଁଠି ୫୦ ପ୍ରତିଶତ କମିଛି ତ ଆଉ କେଉଁଠି ୩୦ ଏବଂ ଆଉ କେଉଁଠି ୨୦ ପ୍ରତିଶତ କମିଛି । 

ଜାତୀୟ ଜଙ୍ଗଲ ରିପୋର୍ଟ ଦର୍ଶାଉଛି, ଜଙ୍ଗଲ ନିଆଁରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ଅଛି । ରାଜ୍ୟରେ ୨୦୨୩-୨୪ରେ ୨୦ ହଜାର ୯୭୩ ଥର ନିଆଁ ଲାଗିଥିବା ରେକର୍ଡ ହୋଇଛି । ଏହି ସମୟରେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୨୬୪୬ ବନାଗ୍ନି ହୋଇଥିଲା ବେଳେ ଭଦ୍ରକରେ ସର୍ବନିମ୍ନ ୩ଟି ଘଟଣା ଘଟିଥିଲା । କନ୍ଧମାଳରେ ୨୫୯୨ଟି ଅଗ୍ନିକାଣ୍ଡ ଘଟିଛି । କନ୍ଧମାଳରେ ୨୦୨୨-୨୩ରେ କିନ୍ତୁ ୩୦୯୦ ଥର ନିଆଁ ଲାଗିଥିଲା । ମାଲକାନଗିରିରେ ୨୫୮୨, କୋରାପୁଟରେ ୧୯୯୪ ଜଙ୍ଗଲ ନିଆଁ ଘଟଣା ରେକର୍ଡ ହୋଇଛି । ୫ମ ସ୍ଥାନରେ କଳାହାଣ୍ଡି ଅଛି । ଏଠି ୧୭୬୮ଟି ଜଙ୍ଗଲ ନିଆଁ ରିପୋର୍ଟ ହୋଇଥିଲା ବେଳେ ତା ପଛକୁ ସୁନ୍ଦରଗଡ଼ରେ ୧୨୩୧ଟି ଘଟଣା ଘଟିଥିଲା । ପୂର୍ବ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ କିନ୍ତୁ ୩୧୦୪ଟି ଘଟଣା ଘଟିଥିଲା । ୨୦୨୨-୨୩ରେ କିନ୍ତୁ କେନ୍ଦୁଝରରେ ୨୨୦୪ ଥର ନିଆଁ ଲାଗିଥିଲା ।ଏହା ୨୦୨୪ରେ ୯୨୬କୁ ଖସିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୨୬୯୮ରୁ ଖସିଛି ୮୦୦ କୁ । ସମ୍ବଲପୁରରେ ମଧ୍ୟ ୨୨୪୮ ଜଙ୍ଗଲ ନିଆଁ କମି ୬୯୨ରେ ପହଞ୍ଚିଛି । 

ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଆଦିବାସୀବହୁଳ ଜିଲ୍ଲା ହୋଇଥିଲା ବେଳେ ପ୍ରତି ବର୍ଷ ଫେବ୍ରୁଆରୀରୁ ଜୁନ୍‌ ମଧ୍ୟରେ ମଣିଷକୃତ ଜଙ୍ଗଲ ନିଆଁ ଘଟଣା ଅଧିକ ଘଟିଥାଏ । ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୮୦୦୦ ବଡ଼ ଆକାରରେ ଜଙ୍ଗଲ ନିଆଁ ଲାଗିଥିଲା । ଏଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲା । ରାଜ୍ୟରେ ୫୭ ହଜାର ବର୍ଗ କିମି ଜଙ୍ଗଲ ଥିଲା ବେଳେ ମାତ୍ର ୧ ପ୍ରତିଶତ ଅତ୍ୟଧିକ ଅଗ୍ନିକାଣ୍ଡପ୍ରବଣ ଜଙ୍ଗଲ ରହିଛି । ଅଧିକ ଅଗ୍ନିକାଣ୍ଡପ୍ରବଣ ଜଙ୍ଗଲର ପରିମାଣ ହେଉଛି ୧୮ ପ୍ରତିଶତ । ରାଜ୍ୟରେ ୨୭% ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଅପେକ୍ଷାକୃତ କମ୍‌ । ଉଲ୍ଲେଖଯୋଗ୍ୟ, ୨୦୨୧ ଫେବ୍ରୁଆରୀ-ମାର୍ଚ୍ଚରେ ଶିମିଳିପାଳରେ ଭୟଙ୍କର ଜଙ୍ଗଲ ନିଆଁ ବ୍ୟାପିଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାର ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ସହ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌, ଗାଡ଼ି ଓ ନିଆଁଲିଭା ଦଳକୁ କାମରେ ଲଗାଇଥିଲେ । ଓଡ୍ରାଫ୍‌ ଟିମର ୫୦ ଜଣଙ୍କୁ ମୁତୟନ କରିଥିଲେ । 

କେନ୍ଦ୍ରୀୟ ଟିମ୍‌ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲା । ରାଜ୍ୟରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଡ଼ି ଏଟିଭି ଯୋଗାଇ ଦେଇଛନ୍ତି । ନିକଟରେ ୧୩୯ ଅତ୍ୟାଧୁନିକ ଗାଡ଼ି ମଧ୍ୟ ମିଳିଛି । ଏଟିଭି ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ସହ ନିଆଁ ଲିଭାଇବାରେ ସହାୟକ ହେବ । ବନ୍ୟଜନ୍ତୁ ଉଦ୍ଧାର ଏବଂ ନିଆଁ ଲିଭାଇବା ପର୍ଯ୍ୟନ୍ତ ସବୁ କାମରେ ଲାଗିବ ଏହି ଗାଡ଼ି । ୧୩୯ଟି ଅତ୍ୟାଧୁନିକ ଗାଡ଼ି ମଧ୍ୟରୁ ଆଇସି କଷ୍ଟମାଇଜ୍‌ଡ ହୋଇଥିବା ୫୧ଟି ଅଲ-ଟେରେନ୍‌ ମୋଟର ଯାନ (ଏଟିଭି) ରହିଛି । ଏହି ଗାଡ଼ି ଜଙ୍ଗଲର ପ୍ରତିଟି ସ୍ଥାନକୁ ଯାଇ ପାଟ୍ରୋଲିଂ କରିବାର କ୍ଷମତା ରଖିଛି । 

କଷ୍ଟମାଇଜ୍‌ଡ ସ୍ପ୍ରିଙ୍କଲର ସିଷ୍ଟମ୍‌ ସହ ୪୧ଟି ଅଗ୍ନି ନିର୍ବାପକ ୟୁନିଟ୍‌ ଏବଂ ୪୭ଟି ଅଗ୍ନି ନିରାକରଣ ସହାୟତା ୟୁନିଟ୍‌ ଏଥିରେ ମହଜୁଦ ଅଛି । ଏହି ଗାଋି ଜଙ୍ଗଲରେ ଅଗ୍ନିକାଣ୍ଡକୁ ରୋକିବାରେ ସହାୟକ ହେଉଛି । ରାଜ୍ୟରେ ଥିବା ମୋଟ ସଂରକ୍ଷିତ ଜଙ୍ଗଲରେ ୧୯ ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ୨ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ରହିଛି । ଏହାଛଡ଼ା ୨ଟି ପ୍ରସ୍ତାବିତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ, ଗୋଟିଏ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଏବଂ ୩ଟି ହାତୀ ସଂରକ୍ଷଣ ଅଞ୍ଚଳ ରହିଛ । ଏହି ସଂରକ୍ଷିତ ଜଙ୍ଗଲ କ୍ଷେତ୍ରରେ ଥିବା ବିରଳ ବନ୍ୟଜନ୍ତୁ ପ୍ରଜାତିଙ୍କ ଆଶ୍ରୟ ସ୍ଥଳର ସୁରକ୍ଷା, ସଂରକ୍ଷଣ ଓ ଜଙ୍ଗଲ ନିଆଁକୁ ରୋକିବାକୁ ସରକାର ବହୁବିଧ ପଦକ୍ଷେପ ନେବା ପରେ ଜଙ୍ଗଲ ନିଆଁ ବହୁ ପରିମାଣରେ ହ୍ରାସ ପାଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.