ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଶିକ୍ଷା ଅଧିକାର ଆଇନର ଅବମାନନା, ବଢିବ ଅଧାରୁ ପାଠପଢା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା

Published By : Prameya | December 25, 2024 10:12 AM

Image Courtesy: indianexpress

ଭୁବନେଶ୍ୱର,୨୫/୧୨ : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲାମାନେ ଫେଲ୍‌ ହେଲେ ସେମାନଙ୍କୁ ଫେଲ୍‌ ସହ ପୁନଃ ସେହି ଶ୍ରେଣୀରେ ପଢିବାକୁ ଘୋଷଣା କରିଛନ୍ତି । ଏଥିସହିତ ପିଲାକୁ ଦୁଇ ମାସ ଭିତରେ ଆନୁସଙ୍ଗିକ କୋଚିଂ ଓ ପ୍ରସ୍ତୁତି ପାଇଁ ସ୍କୁଲ କର୍ତ୍ତୃପକ୍ଷ ସବୁ ସୁବିଧା ଯୋଗାଇଦେବେ । ପିଲାଟି ରିଟେଷ୍ଟ ପରୀକ୍ଷା ପୁଣି ଥରେ ଦେଇ ପାସ୍‌ କରିବାକୁ ପଡିବ । ଯଦି ସେଥିରେ ଫେଲ୍‌ ହୁଏ ତେବେ ସେହି ବର୍ଷ ଫେଲ୍‌ ବୋଲି ଧରାଯିବ । ପୂର୍ବରୁ ଅଷ୍ଟମ ପର୍ଯ୍ୟନ୍ତ କୌଣସି ଫେଲ୍‌ ନଥିଲା । ଶିକ୍ଷା ଅଧିକାର ଆଇନରେ ପରିବର୍ତ୍ତନ ଆଣି ସରକାର ଏହି ନିୟମ ଲାଗୁ କରିବେ ବୋଲି ଘୋଷଣା କରିଛନ୍ତି । ଯାହାକି ପିଲାଟିର ଶିକ୍ଷା ଅଧିକାରକୁ କ୍ଷୂର୍ଣ୍ଣ କରୁଛି । ଏହାଦ୍ୱାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ଶିଶୁ ଶ୍ରମିକ ଓ କନ୍ୟା ଶିକ୍ଷା ଗ୍ରହଣ କ୍ଷେତ୍ରରେ ଏହି ନିଷ୍ପତ୍ତି ବ୍ୟାପକ ଖରାପ ପ୍ରଭାବ ପକାଇବ ବୋଲି ଓଡ଼ିଶା ଅଭିଭାବକ ମହାସଂଘ କହିଛି । 

ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ପିଲାକୁ ତା’ର ଘର ପାଖରେ ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାରଙ୍କ ମୌଳିକ ଦାୟିତ୍ୱ । ଆଜିବି ସବୁ ପିଲାଙ୍କ ପାଖରେ ଶିକ୍ଷା ଉପଲବ୍ଧ ନାହିଁ । ସରକାର କେବଳ ଦିଲ୍ଲୀ, ଭୁବନେଶ୍ୱର ସ୍କୁଲକୁ ଶିକ୍ଷା ଦାନ ସ୍ୱରୂପ ନିଭାଇବା ଉଚିତ । ଏଠାରେ ମାଲକାନଗିରି, ଶୁକମା ଓ ଲଦାଖର ଉପାନ୍ତ ଅଂଚଳର ସ୍କୁଲକୁ ବିଚାରକୁ ନେଇ ସରକାର ନିଷ୍ପତ୍ତି ନେବା ଉଚିତ । ଯେଉଁଠି ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ, ହିନ୍ଦୀ ଶିକ୍ଷକରେ ଗଣିତ ପାଠ ପଢା ଚାଲିଛି । ସେଠାରେ ଏପରି ହାସ୍ୟାସ୍ପଦ କଥା କହି ସରକାର କାହାକୁ ବୋକା ବନାଉଛନ୍ତି । ସରକାର ତୁରନ୍ତ ଏହି ନିଷ୍ପତିର ପୁନର୍ବିଚାର କରିବାକୁ ମହାସଂଘ ଦାବୀ କରିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.