ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଯେବେ ବହିରେ ରାଜକୁମାରୀଙ୍କୁ ଦେଇଥିଲେ ପ୍ରେମପତ୍ର , ଜାଣନ୍ତୁ ଅଟଳଙ୍କ ପ୍ରେମକାହାଣୀ

Published By : Ankita S | December 25, 2024 12:15 PM

ନୂଆଦିଲ୍ଲୀ,୨୫/୧୨ : ଡିସେମ୍ବର ୨୫ ତାରିଖ ଦେଶବାସୀଙ୍କ ପାଇଁ ବହୁତ ଖାସ୍ । ଏହି ଦିନ ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ  ଜନ୍ମ ଗ୍ରହଣ କରିଥିଲେ । ୧୯୨୪ ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ  ।ଚଳିତ ବର୍ଷ ବାଜପେୟୀଙ୍କ ୧୦୦ତମ ଜନ୍ମଜୟନ୍ତୀ । ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତାଙ୍କୁ  ସୈଦେବୀ ଅଟଳ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ପ୍ରମୁଖ ବ୍ୟକ୍ତି ବିଶେଷ । ଆଜିର ଦିନକୁ ସୁଶାସନ ଦିବସ ରୂପେ ପାଳନ କରାଯାଉଛି । ଆସନ୍ତୁ ଜାଣିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରେମ କାହାଣୀଠୁ ନେଇ କିଛି ଜଣା ଅଜଣା କଥା । 

ଜଣେ ରାଷ୍ଟ୍ରନେତା ଭାବରେ ସେ ଅଗଣିତ ଭାରତୀୟଙ୍କ ପାଇଁ ପ୍ରେରଣା ଦେଇଥିଲେ । ବିକାଶ, ନେତୃତ୍ବ ଓ ସମ୍ବିଧାନକୁ ତିଆରି କରିଥିଲେ ଅଟଳ । ବଜେପେୟୀଙ୍କ ଚୁମ୍ବକୀୟ ବ୍ୟକ୍ତିତ୍ବ ଥିଲା । ସାହିତ୍ୟ ଓ ଅଭିବ୍ୟକ୍ତ ତାଙ୍କ ଜୀବନକୁ ସମୃଦ୍ଧ କରିଥିଲା । ୧୯୯୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ବାଜପେୟୀ ।  ଏ ଦେଶ ତାଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ । ଭାରତୀୟ ରାଜନୀତିର ଜଣେ ମହାନ ନେତା ଓ ପ୍ରଭାବଶାଳୀ ବିଚାରକ ଥିଲେ । ଅଟଳଙ୍କ ରାଜନୈତିକ କ୍ୟାରିୟର ତ ସମସ୍ତେ ଜାଣିଥିବେ ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ କମ ଜାଣିଥିବେ । ପ୍ରସିଦ୍ଧ ପତ୍ରକାର କୂଳଦୀପ ନାୟର ଅଟଳ ଓ ରାଜକୁମାରୀ କେଲଙ୍କ ସମ୍ପର୍କକୁ ଏକ ମହାନ ପ୍ରେମ କାହାଣୀ ବୋଲି କହିଛନ୍ତି । ଏହି ପ୍ରେମକୁ ଦୁଇଜଣ କୌଣସି ନାମ ଦେଇ ନଥିଲେ ସତ ମାତ୍ର ଏହା କାହାକୁ ଅଛପା ନଥିଲା ।

ମିଳିନଥିଲା ଚିଠିର ଉତ୍ତର- ୧୯୪୦ରେ ଅଟଳ ବିହାରୀ ବାଜପେୟୀ ଏବଂ ରାଜକୁମାରୀ କେଲ ଗ୍ବାଲିୟରର ଭିକ୍ଟୋରିଆ କଲେଜରେ ଏକାସଙ୍ଗରେ ପଢୁଥିଲେ। ସେବେ ସମୟ ଥିଲା ଯେବେ ଜଣେ ପୁଅ ଓ ଝିଅଙ୍କ ବନ୍ଧୁତାଙ୍କୁ ସ୍ବୀକାର କରାଯାଉନଥିଲା । ଏହି ସମୟରେ ରାଜକୁମାରୀଙ୍କୁ ଏକ ବହିରେ ରଖି ଲଭ ଲେଟର ଦେଇଥିଲେ । ମାତ୍ର ସେ ପ୍ରେମପତ୍ରର କୌଣିସ ଉତ୍ତର ମିଳିନଥିଲା । ରାଜକୁମାର କେଲ ଚିଠିର ଉତ୍ତର ଦେଇଥିଲେ ମାତ୍ର ତାହା କେବେ ବି ଅଟଳଙ୍କ ପାଖରେ ପହଞ୍ଚି ନଥିଲା । ପରବର୍ତ୍ତୀ ସମୟରେ ରାଜକୁମାରୀ ବ୍ରିଜ ନାରାୟଣଙ୍କୁ ବିବାହ କରିଥିଲେ ।

ବିବାହ କରିବାକୁ ଚାହୁଁଥିଲେ- ରାଜକୁମାରୀ କେଲଙ୍କ ଘନିଷ୍ଠ ବନ୍ଧୁଙ୍କ କହିବା ଅନୁସାରେ ଅଟଳ ବିହାରୀ ବାଜପେୟୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ରାଜକୁମାରୀ । ମାତ୍ର ତାଙ୍କ  ଘର ଲୋକ ପ୍ରସ୍ତୁତ ନଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.