ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଆସୁଛି ୨୦୨୫... କିଏ କେମିତି ପାଳିବେ ନୂଆବର୍ଷ ?

Published By : Prameya | December 25, 2024 8:50 AM

ଭୁବନେଶ୍ୱର,୨୫/୧୨ : ଆସୁଛି ନୂଆବର୍ଷ । ବିଦାୟ ନେବ ପୁରୁଣା ବର୍ଷ । କ୍ୟାଲେଣ୍ଡରେ ୨୦୨୪ ସ୍ଥାନରେ ଶୋଭାପାଇବ ୨୦୨୫। ଏଥିପାଇଁ ଆରମ୍ଭ ହୋଇଗଲାଣି ଅବଗଣନା । ନୂତନ ବର୍ଷକୁ କେମିତି କିଏ ପାଳିବେ? କିଏ କାହାକୁ କ’ଣ ଉପହାର ଦେବେ? କେଉଁଠି କିଏ ବୁଲିବେ ? ସେଥିପାଇଁ ସରିଲାଣି ଯୋଜନା । କିଏ ଗାଡ଼ି ବୁକ୍‌ କରୁଛନ୍ତି ତ ଆଉ କିଏ ଫିଲ୍ମ ଟିକଟ ବୁକ୍‌ କରୁଛନ୍ତି । ଆଉ କିଏ ଭୋଜି ପାଇଁ ପିଣ୍ଡି ଦେଖୁଛନ୍ତି । ଖାଲି ସେତିକି ନୁହେଁ ଜୀବନକୁ ନୂଆ କରି ଗଢ଼ିବା ପାଇଁ ଅନେକ ପ୍ରତିଜ୍ଞା ମଧ୍ୟ କରୁଛନ୍ତି । ପରିବେଶ ବଦଳିଯାଇଛି ଏବଂ ସମସ୍ତେ ଯେମିତି ନୂଆବର୍ଷର ସଜବାଜରେ ଲାଗିପଡ଼ିଛନ୍ତି । ଲୋକଙ୍କ ମନଜାଣି ବଜାରକୁ ଆସିଛି ଭଳିକି ଭଳି ଫୁଲ, ମିଠା, କେକ୍‌ । 

ପ୍ଲମ କେକ୍‌ କାଟି କରିବେ ନୂଆବର୍ଷକୁ ସ୍ୱାଗତ

୧୨ଟା ପରେ କେକ୍‌ କାଟି ନୂଆବର୍ଷକୁ ସ୍ୱାଗତ କରିବେ ଯୁବପିଢ଼ି । ସେଥିପାଇଁ ବିଭିନ୍ନ ରେସ୍ତୋରାଁ, ହୋଟେଲ ଓ ବେକରୀଗୁଡ଼ିକରେ ଭଳିକି ଭଳି କେକ୍‌ ଦେଖିବାକୁ ମିଳୁଛି । ଚଳିତବର୍ଷ ଅଧିକ ବରାଦି ଆସିଥିବା କେକ୍‌ ମଧ୍ୟରେ ରହିଛି ପ୍ଲମକେକ୍‌ । ଜୟଦେବ ବିହାରସ୍ଥିତ ଦ କେକ୍‌ ରୁମ୍‌ର ଦୋକାନୀ କିଶୋର କୁହନ୍ତି, ଚଳିତ ବର୍ଷ ପ୍ରାୟ ଲୋକ ପ୍ଲମ କେକ୍‌ କାଟି ନୂଆ ବର୍ଷକୁ ସ୍ୱାଗତ କରିବେ । ଏହି କେକ୍‌କୁ ପ୍ରସ୍ତୁତ କରିବା ପାଇଁ ମାସେ ଆଗରୁ ବିଭିନ୍ନ ଡ୍ରାଏ ଫ୍ରୁଟ୍‌, ଜୁସ୍‌ ବିଭିନ୍ନ ପ୍ରକାର ଗରମମସଲା ଗୋଳା ହୋଇ ରଖାଯାଇଥାଏ । ଏହି କେକ୍‌ର ମୂଲ୍ୟ ୫୦୦ ଗ୍ରାମକୁ ୩୫୦ ଟଙ୍କା । 

ଚାହିଦାରେ ସନ୍ଦେଶ ମିଠା

ଲଡୁ, ବର୍ଫି, ମିଲ୍କକେକ୍‌, ରସମଲେଇ, କ୍ଷୀର୍‌କଦମ, ଅଞ୍ଜିର, କାଜୁ ବର୍ଫି ଭଳିକି ଭଳି ମିଠାରେ ଭରିଗଲାଣି ଦୋକାନ । କିଏ ୨୦ ପିସ୍‌ ମିଠାର ବରାଦି ଦେଉଛିନ୍ତି କିଏ ୫୦ ପିସ୍‌ । ନୂଆବର୍ଷକୁ ଆଉ ହାତଗଣତି ସମୟ ଥିବାରୁ ମିଠା କାରିଗରଙ୍କ ହାତକୁ ତର ନାହିଁ । ବିଶେଷକରି କୋଲକାତା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସନ୍ଦେଶ ମିଠାକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି । ଯାହାର ମୂଲ୍ୟ ଗୋଟାକୁ ୨୦ ଟଙ୍କା । 

ଉପହାରରେ ଡ୍ରାଏ ଫ୍ରୁଟ୍‌

ନୂଆବର୍ଷର ଆରମ୍ଭରେ ଉପହାର ଦେବା ଏକ ଟ୍ରେଣ୍ଡ୍‌ ହୋଇଗଲାଣି । ଏଥିସହିତ ଏହି ଉପହାରକୁ ସ୍ୱାସ୍ଥ୍ୟକର କରିବା ପାଇଁ ଡ୍ରାଏ ଫ୍ରୁଟ୍‌ ଏକ ମୁଖ୍ୟ ଅଂଶ ଭାବେ ରଖାଯାଉଛି । ଗୋଟେ ଉପହାର ଡାଲାର ମୂଲ୍ୟ ୩ଶହ ଟଙ୍କାରୁ ଆରମ୍ଭ ହୋଇ ୨୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଏହି ଗିଫ୍ଟ ବାସ୍କେଟରେ ଡ୍ରାଏ ଫ୍ରୁଟ୍‌ସ୍‌, ପରଫ୍ୟୁମ, ଚକଲେଟ୍‌, ଡାଏରି, ଡ୍ରାଏ ଫ୍ରୁଟ୍‌ ଲଡୁ, ସୁନ୍‌ପାମ୍ପୁଡ଼ି ରହୁଛି । ଜାଗମରା ସ୍ଥିତ ଦି ଡ୍ରାଏ ଫ୍ରୁଟ୍‌ ହାଉସ ଦୋକାନୀ ରାଜଶ୍ରୀ ବିଶ୍ୱାଳ କୁହନ୍ତି, ବର୍ତ୍ତମାନ ଲୋକେ ଏମିତି ଉପହାର ଦେବାକୁ ଚାହୁଁଛନ୍ତି ଯାହା ସ୍ୱାସ୍ଥ୍ୟକର । ସେଥିପାଇଁ ଏହି ଗିଫ୍ଟ ବାସ୍କେଟ ଚାହିଦାରେ ଅଛି । 

ନୂଆବର୍ଷ ପାଇଁ ଫୁଲ ମହଙ୍ଗା

ଶୁଭେଚ୍ଛା ଦେବାର ଏକ ସୁନ୍ଦର ମାଧ୍ୟମ ହେଉଛି ଫୁଲ । ନୂଆବର୍ଷରେ ବନ୍ଧୁ ଓ ପ୍ରିୟ ପରିଜନଙ୍କୁ ଶୁଭେଚ୍ଛା ଜଣାଇବା ତଥା ପ୍ରାକୃତିକ ଫୁଲରେ ନିଜ ଘରକୁ ସଜେଇବା ପାଇଁ ପସନ୍ଦ କରୁଛନ୍ତି । ଏଥିପାଇଁ ଫୁଲର ମୂଲ୍ୟ ମଧ୍ୟ ପୂର୍ବାପେକ୍ଷା ବଢ଼ିଛି । ଗୋଲାପ ଫୁଲ ଗୋଟିଏର ମୂଲ୍ୟ ୩୦ରୁ ୪୦ ଟଙ୍କା, ଲିଲିର ୨୦୦, ଆର୍କିଡ୍‌ ୫୦, ଜରବେରା ବିଡ଼ା ୭୫ ଟଙ୍କା ରହିଛି । ଏକ ନମ୍ବର ବଜାରରେ ଫୁଲ ବିକୁଥିବା ଦୋକାନୀ ଅଶୋକ ଦାସ କୁହନ୍ତି, ବଡ଼ଦିନ ତଥା ନୂଆବର୍ଷ ପାଇଁ ଫୁଲର ଚାହିଦା ଅଧିକ । ବରାଦି ଅନୁଯାୟୀ ଆମେ ଫୁଲ ଆଣୁଛୁ । 

ଇଅର ଏଣ୍ଡିଙ୍ଗ୍‌ ସେଲ୍‌ରେ ମାତୁଛନ୍ତି ଯୁବପିଢି

ଆଉ କେଇଟାଦିନ ପରେ ୨୦୨୪ ସରିଯିବ । ସେଥିପାଇଁ ବିଭିନ୍ନ ଅନଲାଇନ୍‌ ବଜାରରେ ଆରମ୍ଭ ହୋଇଯାଇଛି ଇଅର ଏଣ୍ଡିଙ୍ଗ୍‌ ସପିଙ୍ଗ୍‌ ସେଲ୍‌ । ଯେଉଁଥିରେ ପୋଷକାଠାରୁ ଆରମ୍ଭକରି ମହିଳାମାନଙ୍କ ପ୍ରସାଧନ ସାମଗ୍ରୀରେ ରହୁଛି ରିହାତି । ଏହି ସୁଯୋଗ ନେବା ପାଇଁ ଯୁବପିଢିମାନେ କିଣାକିଣିରେ ମାତିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.