ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପୁଣି ଦାଦନ ଦୁଃଖ, କନ୍ଧମାଳ ଯୁବକଙ୍କ କେରଳରେ ମୃତ୍ୟୁ, ଶବ ଫେରାଇ ଆଣିବାକୁ ଗୁହାରୀ କଲେ ପରିବାର ଲୋକେ…

Published By : Prameya | March 27, 2025 8:07 PM

ଜି.ଉଦୟଗିରି,୨୭/୩ କନ୍ଧମାଳର ପିଛା ଛାଡ଼ୁନି ଦାଦନ ଦୁଃଖ I ରୋଜଗାର ସନ୍ଧାନରେ ବାହାର ରାଜ୍ୟକୁ ଯାଇ ଦୁର୍ଘଟଣା ଓ ମୃତ୍ୟୁର ଶୀକାର ହେଉଛନ୍ତି ଜିଲ୍ଲାର ଯୁବକ। ବାରମ୍ବାର ଘଟୁଛି ଏଭଳି ଘଟଣା। କନ୍ଧମାଳ ଜିଲ୍ଲା ପାଇଁ ଏକ ପ୍ରକାର ଅଭିଶାପ  ପାଲଟିଛି ଦାଦନ ଯନ୍ତ୍ରଣା I ପୁଣି ସେହିଭଳି ଏକ ଦୁଃଖଦ ଖବର ଏବେ ପହଞ୍ଚିଛି I ଜି.ଉଦୟଗିରି ଏନଏସି ଅନ୍ତର୍ଗତ କନବାଗେରୀ ପଣସନାଜୁ ସାହିର ସ୍ବର୍ଗତ ସନାତନ ପ୍ରଧାନଙ୍କ ପୁଅ ରତ୍ନଦୀପ ପ୍ରଧାନ (୩୫)ଙ୍କ କେରଳରେ ମୃତ୍ୟୁ ଘଟିଛି I 

ସୂଚନା ଅନୁଯାୟୀ, ପ୍ରାୟ ସପ୍ତାହେ ତଳେ ରତ୍ନଦୀପ କେରଳ ଯାଇଥିଲେ ଦାଦନ ଖଟିବାକୁ I ସେଠାରେ ୟେଲେପି ଜିଲ୍ଲାରେ ରହୁଥିବା କିଛି ସାଙ୍ଗଙ୍କ ସହିତ ସେ ରହୁଥିଲେ। କାମ ସନ୍ଧାନରେ କେରଳର ତେରେମ ବାବୁ, କୁରପୁମପଡ଼ି ଭଳି ବିଭିନ୍ନ ସ୍ଥାନ ବୁଲି ମଧ୍ୟ କାମ ପାଇ ନଥିଲେ। ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ଥିଲେ। ଫଳରେ ତାଙ୍କୁ ଏର୍ଣ୍ଣାକୁଲମ ଜିଲ୍ଲାରେ ରହୁଥିବା ଅନ୍ୟ କିଛି ସାଙ୍ଗଙ୍କ ପାଖରେ ଛାଡିବା ପାଇଁ ବସରେ ନେଇ ଯାଇଥିଲେ ତାଙ୍କ ବନ୍ଧୁମାନେ। ତେବେ ବାଟରେ ସେ ବସରୁ ଓହ୍ଲାଇ କେଉଁଆଡେ ଚାଲିଯାଇଥିଲେ। ବୁଧବାର ତାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । 

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପାଇ ପୁଲିସ ପହଞ୍ଚି ଶବ ଜବତ କରିଥିଲା। ମୃତ ଯୁବକଙ୍କ ଫଟୋ ପୁଲିସ ପକ୍ଷରୁ ସୋସିଆଲ ମିଡିଆରେ ପ୍ରସାରିତ କରାଯିବା ପରେ ଏର୍ଣ୍ଣାକୁଲମରେ ଥିବା ସାଙ୍ଗ ତାଙ୍କୁ ଚିହ୍ନି ପାରି ଏର୍ଣ୍ଣାକୁଲମ ଜିଲ୍ଲା ମୁଭାଟୁପୁଝା ସ୍ଥିତ ସରକାରୀ ଚିକିତ୍ସାଳୟରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ମୃତ ଦେହ ଏବେ ସେଠାକାର ଡାକ୍ତରଖାନାରେ ରହିଛି। ଫେରାଇ ଆଣିବା ପାଇଁ ପରିବାର ପାଖରେ ସମ୍ବଳ ନାହିଁ। ତେଣୁ, ମୃତକଙ୍କ ମାଆ ଲିଲିମା ପ୍ରଧାନ,ଭାଇ ଭଉଣୀ ଓ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଛନ୍ତି ଶବ ଫେରାଇ ଆଣିବା ପାଇଁ। ଏପଟେ ରତ୍ନଦୀପଙ୍କ ମୃତ୍ୟୁକୁ ନେଇ   କନବାଗେରିରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.