ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

୧୨ ଘଣ୍ଟା କୋପ ଦେଖାଇବ ବାତ୍ୟା 'ଦାନା', ଗୁରୁବାର ରାତି ସାଢ଼େ ୧୧ରୁ ଶୁକ୍ରବାର ଦିନ ସାଢ଼େ ୧୧ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୪/୧୦: ଗୁରୁବାର ରାତି  ସାଢ଼େ ୧୧ରୁ ଶୁକ୍ରବାର ଦିନ ସାଢ଼େ ୧୧ଟା ଯାଏଁ ବିପଦ ବେଶି । ବାତ୍ୟା ‘ଦାନା’ ଏହି ୧୨ ଘଣ୍ଟା ସର୍ବାଧିକ କୋପ ଦେଖାଇବ ଓଡ଼ିଶା ଉପକୂଳରେ । ବାତ୍ୟାର ୧୦୦ କିମି  ବ୍ୟାସାର୍ଦ୍ଧ ଯାଏଁ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କିଲୋମିଟର ରହିବା ଆଶଙ୍କା ଅଛି । ଝଟ୍‌କା ୧୨୦ କିମି  ଛୁଇଁପାରେ ଏସବୁ ଅଞ୍ଚଳରେ । 

ଭୀଷଣ ବାତ୍ୟା ରୂପରେ ‘ଦାନା’ ଗୁରୁବାର ରାତି  ପ୍ରାୟ ସାଢ଼େ ୧୧ଟାବେଳକୁ ଧାମରାର ଦକ୍ଷିଣ ପୂର୍ବରେ  ପ୍ରାୟ ୫୦ରୁ ୫୫ କିମି ଦୂରରେ ସମୁଦ୍ର ଭିତରେ  ଥିବ । ସେଠାରୁ ଭିତରକନିକା ବି ବେଶି ଦୂରରେ ନ  ଥିବ । ବାତ୍ୟାର ବଳୟ ସେଥିରେ ଘଷି ହେଉଥିବ ।  ବାତ୍ୟାର କେନ୍ଦ୍ରୀୟ ବଳୟ ଭିତରେ ପବନ ପିଟୁଥିବ  ୧୦୦-୧୧୦ କିମି ବେଗରେ । ମଝିରେ ମଝିରେ  ଝଟ୍‌କା ଦେଉଥିବ ୧୨୦ କିମି ବେଗରେ । ହେଲେ  ଏହାପରେ ବାତ୍ୟାର ଗତି ଧିମେଇ ଯିବା ସମ୍ଭାବନା  ଅଛି । ଯେଉଁଥିପାଇଁ ବାତ୍ୟା ଆଗକୁ ବଢ଼ିବାକୁ ଢେର  ସମୟ ନେବ । ଧାମରାରୁ ବାସୁଦେବପୁର ନିକଟସ୍ଥ  ମାର୍କୋଣାର ଦୂରତା ପ୍ରାୟ ୫୦ କିମି ପାଖାପାଖି ହେବ ।  ସେଠାରେ ବାତ୍ୟାର କେନ୍ଦ୍ର ସ୍ଥଳ ପହଞ୍ଚିଲାବେଳକୁ ୨୫  ତାରିଖ (ଶୁକ୍ରବାର) ଦିନ ପ୍ରାୟ ସାଢ଼େ ୧୧ଟା ହେବ ।   

ଅର୍ଥାତ୍‌ ରାତି ସାଢ଼େ ୧୧ଟାରୁ ଦିନ ସାଢ଼େ ୧୧ଟା  ଭିତରେ (୧୨ ଘଣ୍ଟାରେ) ବାତ୍ୟା ମାତ୍ର ୯୦ରୁ ୧୦୦ କିମି  ଦୂରତା ଯିବ । ଏହି ସମୟରେ ବାତ୍ୟା ତା’ର ସର୍ବାଧିକ  ପ୍ରକୋପରେ ଥିବ । ଏହାର କେନ୍ଦ୍ରୀୟ ବଳୟ ଭିତରେ  ଯେଉଁ ସବୁ ଅଞ୍ଚଳ ରହିବ, ସେଠାରେ ବେଶି ପ୍ରଭାବ  ପଡ଼ିବ । ବାତ୍ୟା କେନ୍ଦ୍ରସ୍ଥଳରୁ ଦକ୍ଷିଣ ପଶ୍ଚିମରେ ୧୦୦  କିମି ପର୍ଯ୍ୟନ୍ତ ଓ ଉତ୍ତର ପଶ୍ଚିମରେ ୧୦୦ କିମି ପର୍ଯ୍ୟନ୍ତ  ପବନର ବେଗ ସର୍ବାଧିକ ରହିବ । ଧାମରା, ଚାନ୍ଦବାଲି,  କେନ୍ଦ୍ରାପଡ଼ା, ଚଣ୍ଡିଖୋଲ, ଯାଜପୁର, ଜଗତସିଂହପୁର,  ପାରାଦୀପ, କଟକ, ଭୁବନେଶ୍ୱର, ଭଦ୍ରକ, ଧାମନଗର,  ପାଣିକୋଇଲି, ବ୍ୟାସନଗର, ବାସୁଦେବପୁର, ଚରମ୍ପା,  ସୋର, ସିମୁଳିଆ, ଆନନ୍ଦପୁର, ଘଟଗାଁ ଆଦି ଅଞ୍ଚଳରେ  ପବନ ମାଡ଼ ହେବ ୧୦୦ରୁ ୧୨୦ କିମି ବେଗରେ । ଏହି  ଅଞ୍ଚଳରେ ସର୍ବାଧିକ କ୍ଷତି ଆଶଙ୍କା ରହିଛି ।

  • PrameyaOdia
  • prameya
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.