ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ମୋଦିଙ୍କ କ୍ୟାବିନେଟ୍‌ରେ ତିନି ଓଡ଼ିଆ, ଲୋକସଭାରେ ଭର୍ତ୍ତୃହରିଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୧୦/୦୬: ପ୍ରଧାନମନ୍ତ୍ରୀ ଭାବେ  ନରେନ୍ଦ୍ର ମୋଦି ତୃତୀୟ ପାଳି ଆରମ୍ଭ କରିଛନ୍ତି । ରବିବାର ସେ ଶପଥ ଗ୍ରହଣ କରିବା ସହ ନିଜ ମନ୍ତ୍ରିମଣ୍ଡଳରେ ୭୧  ଜଣଙ୍କୁ ମନ୍ତ୍ରୀ ଭାବେ ନେଇଛନ୍ତି । ଓଡ଼ିଶାରୁ ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଦିଲ୍ଲୀରେ ଚର୍ଚ୍ଚା ହେଉଛି ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ବାଚସ୍ପତି ହୋଇପାରନ୍ତି ।

ମନ୍ତ୍ରୀ ପଦ ବଣ୍ଟନ ପରେ ଏବେ ସମସ୍ତଙ୍କ ଆଖି କିଏ ହେବେ ବାଚସ୍ପତି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା  ଜୋର ଧରିଛି ଯେ, କଟକ ସାଂସଦ ଭର୍ତ୍ତୃହରି ମହତାବ ଏ ପଦରେ ବସିବେ । ଜଣେ ଅଭିଜ୍ଞ ଓ ଅନୁଭବୀ ସାଂସଦ  ଭାବେ ଶ୍ରୀ ମହତାବ ଜାତୀୟ ରାଜନୀତିରେ ବେଶ ପରିଚିତ। ସବୁ ଦଳର ଓଜନିଆ ନେତାଙ୍କ ସହ ତାଙ୍କର  ବେଶ ଭଲ ସଂପର୍କ । ସଂସଦୀୟ ପରମ୍ପରା ଓ କାର୍ଯ୍ୟବିଧି  ଉପରେ ତାଙ୍କର ଯେତିକି ଜ୍ଞାନ ସେତିକି ଅନୁଭୂତି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ସହ ଉତ୍ତମ  ସଂପର୍କରେ ଥିବା ଭର୍ତ୍ତୃହରି ଏ ପଦ ପାଇଁ ସମ୍ପୂର୍ଣ୍ଣ ଫିଟ୍‌  ବୋଲି ଏନ୍‌ଡିଏ ଅନୁଭବ କରୁଛି । ତେଣୁ ଯଦି ସବୁ କିଛି  ଠିକ୍‌ଠାକ ରହେ, ଶ୍ରୀ ମହତାବ ବସିବେ ସମ୍ମାନଜନକ  ବାଚସ୍ପତି ଆସନରେ । ଏହାଯଦି ହୁଏ ତେବେ ରବି  ରାୟଙ୍କ ପରେ ଏ ସମ୍ମାନଜନକ ପଦବି ପାଇବାରେ ଶ୍ରୀ  ମହତାବ ହେବେ ଦ୍ୱିତୀୟ ଓଡ଼ିଆ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.