ନୂଆଦିଲ୍ଲୀ,୨୨/୦୪: ଚାମ୍ପିଅନ୍ ଚେନ୍ନାଇ ପାଇଁ ଏକ ଦୁଃଖଦ ଖବର ଆସିଛି । ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ ଟେନ୍ସନ ଭିତରେ ଦଳର ଜଣେ ଖେଳାଳିଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡିଛି । ସିଏସକେ ଓପନର ଡେଭନ କନୱେଙ୍କ ପିତାଙ୍କ ବିୟୋଗ ହୋଇଛି । ତେଣୁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିପାରନ୍ତି ।
ଆଇପିଏଲରେ ରବିବାର ୩୮ତମ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚେନ୍ନାଇ ସୁପରକିଙ୍ଗସ ତାର ଅଷ୍ଟମ ମ୍ୟାଚ ଖେଳିଥିଲା । ଏଥିରେ ଏମଏସଡିଙ୍କ ନେତୃତ୍ୱାଧୀନ ଚେନ୍ନାଇ ୯ ୱିକେଟରେ ପରାସ୍ତ ହୋଇଥିଲା । ଏହି ସମୟରେ ଦେଖିବାକୁ ମିଳିଥିଲା କି ଚେନ୍ନାଇ ପ୍ଲେୟାର ହାତରେ କଳାପଟି ପିନ୍ଧି ଖେଳୁଥିଲେ । ଏମିତି ସେବେ ହୋଇଥାଏ ଯେବେ କାହାକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ମ୍ୟାଚ ଶେଷ ହେବା ପରେ ଜଣାପଡିଥିଲା କି ସିଏସକେର ଓପନର ଡେଭନ କନୱେଙ୍କ ପିତାଙ୍କ ଦେହାନ୍ତ ହୋଇଛି ।
ନ୍ୟୁଜିଲାଣ୍ଡର ଡେଭନ କନୱେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ଖେଳି ନଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ତାଙ୍କ ଘରକୁ ଫେରିଥିଲେ । ଡେଭନଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ନେଇ ଚେନ୍ନାଇ ସୁପରକିଙ୍ଗସ୍ ସୋସିଆଲ ମିଡିଆ ପୋଷ୍ଟରେ ଜଣାଇଛି । ଏହି କଠିନ ସମୟରେ ଆମେ ତାଙ୍କ ପରିବାର ସହିତ ଅଛୁ ବୋଲି କହିଥିଲା ଚେନ୍ନାଇ ।
ଅଧିକ ପଢନ୍ତୁ...ହାତରୁ ଗଲା ୬ ମ୍ୟାଚ, ଏବେ କେମିିତି ଖେଳିବ ପ୍ଲେଅଫ୍ ? ଜାଣନ୍ତୁ ସମୀକରଣ
ଚେନ୍ନାଇ ସୁପରକିଙ୍ଗସ୍ ଚଳିତ ସିଜନରେ ମୁମ୍ବାଇ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚ ଜିତିଥିଲା । ଦଳ ୮ଟି ମ୍ୟାଚ ଖେଳି ମାତ୍ର ୨ଟି ଜିତିଛି । ଦଳର ଅଧିନାୟକ ଋତୁରାଜ ଗାଏକ୍ୱାଡ ଆହତ ପାଇଁ ବାଦ ପଡିବାରୁ ମହେନ୍ଦ୍ର ସିଂହ ଧୋନୀ ଦଳର ନେତୃତ୍ୱ ନେଇଥିଲେ । ଡେଭନ କନୱେ ୩ଟି ମ୍ୟାଚ ଖେଳି ୯୪ରନ କରିଛନ୍ତି । ପଞ୍ଜାବ ବିପକ୍ଷରେ ୬୯ରନ ଇନିଂସ ଖେଳିଥିଲେ ।