ନୂଆଦିଲ୍ଲୀ,୨୧/୦୪: ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗସ୍ । ୫ ଥର ଟ୍ରଫି ନିଜ ନାମରେ କରିଛି । ଚଳିତ ସିଜନ୍ରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ୮ଟି ମ୍ୟାଚ ଖେଳି ୬ଟି ପରାସ୍ତ ହୋଇଛି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ୍ । କଣ ଏବେ ବି ଦଳ ପ୍ଲେଅପ୍ରେ ପ୍ରବେଶ କରି ପାରିବ କି ? କଣ ଦଳ ପାଖରେ ସୁଯୋଗ ଅଛି । ଜାଣନ୍ତୁ କଣ କହୁଛି ସମୀକରଣ ।
ଚେନ୍ନାଇ ରବିବାର ମୁମ୍ବାଇ ବିପକ୍ଷରେ ତାର ଅଷ୍ଟମ ଲିଗ୍ ମ୍ୟାଚ ଖେଳିଥିଲା । ଏଥିରେ ଦଳ ୧୭୬ରନ କରିଥିଲା । ମୁମ୍ବାଇକୁ ୧୭୭ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । ଏହାକୁ ୧୬ ଓଭରରେ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଏହା ଲଗାତାର ତୃତୀୟ ବିଜୟ । ଏହି ପରାଜୟ ସହ ଚେନ୍ନାଇ ୮ଟି ମ୍ୟାଚ ଖେଳି ୬ଟିରେ ପରାସ୍ତ ହୋଇଛି । ଏବେ ପ୍ରଶ୍ନ ଉଠୁଛି କଣ ଚେନ୍ନାଇ ଚଳିତ ସିଜନ୍ରେ ପ୍ଲେଅଫ୍ ପାଇଁ କ୍ୱାଲିଫାଏ କରିପାରିବ ?
ଅଧିକ ପଢନ୍ତୁ...ରୋହିତ-ସୂର୍ଯ୍ୟକୁମାରଙ୍କ ଧୁଆଁଧାର ପ୍ରଦର୍ଶନ; ୯ ଓ୍ବିକେଟରେ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ
୨୦୧୦ ସିଜନକୁ ତୁଳନାକୁ ନେଲେ, ଚେନ୍ନାଇ ପ୍ରଥମ ୭ଟି ମ୍ୟାଚରୁ ଦୁଇଟି ଜିତିଥିଲା । ୫ଟି ହାରିଥିଲା । ତଥାପି ଦଳ ଚାମ୍ପିଆନ ହୋଇଥିଲା । ଚଳିତ ସିଜନରେ ମଧ୍ୟ ଦଳ ପ୍ରଥମ ୭ଟି ମ୍ୟାଚରୁ ୨ଟି ଜିତିଛି । ଏଯାବତ ଦଳ ମୋଟ ୮ଟି ମ୍ୟାଚ ଖେଳି ସାରିଛି । ପଏଣ୍ଟ ଟେବୁଲ ଶେଷରେ ରହିଛି । କଣ ଏବେ ବି ଦଳ ପାଖରେ ଟ୍ରଫି ଜିତିବାର ସୁଯୋଗ ରହିଛି । ଦଳ ଏବେ ବି କ୍ୱାଲିଫିକେସନ ରେସ୍ରେ ଅଛି । ଦଳ ୧୬ ପଏଣ୍ଟ ଯାଏଁ ପହଞ୍ଚି ପାରିବ । ଏମିତି ସେବେ ହେବ ଯେବେ ଦଳ ବାକି ୬ ମ୍ୟାଚ ଲାଗାତର ଜିତିବ । ଏହା ଅସମ୍ଭବ ନୁହେଁ ହେଲେ ଦଳର ପ୍ରଦର୍ଶନ ଆଧାରରେ ସମ୍ଭବ ବି ଲାଗୁନାହିଁ ।
୫ ଦଳ ୧୦ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି । ସେମାନଙ୍କୁ ଆଉ ୬ଟି ଲେଖାଏଁ ମ୍ୟାଚ ଖେଳିବାର ଅଛି । ତେଣୁ ୧୬ ପଏଣ୍ଟ ହାସଲ ପରେ ବି ସିଏସ୍କୁ ପ୍ଲେଅଫ୍ରେ ପହଞ୍ଚିବାର ଗ୍ୟାରେଣ୍ଟି ନାହିଁ । ଚେନ୍ନାଇ ତାର ବାକି ୬ଟି ମ୍ୟାଚକୁ ଭଲ ରେନରେଟ୍ ସହ ଲଗାତାର ଜିତିଲେ ନିଶ୍ଚିତ ଭାବରେ କିଛି ହୋଇପାରେ । ତେବେ ଯାଇ ଦଳକୁ ଟପ ୪ରେ ସ୍ଥାନ ମିଳିବ ।