ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦିନେ ଅନସୋଲ୍ଡ ଥିଲେ ଆଜି ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ ଯାତ୍ରାର ୧୦ ବର୍ଷ

Published By : Ankita S | April 20, 2025 10:21 AM

ନୂଆଦିଲ୍ଲୀ,୨୦/୦୪: ଦିନେ ଅନସୋଲ୍ଡ ଥିଲେ । ଆଜି ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ଏମିତି କି ତାଙ୍କ ଅଧିନାୟକର ଆଇପିଏଲ ଟିମ୍ ଗୁଜରାଟ ଟାଇଟାନ୍ସ ପ୍ରଥମ ଟ୍ରଫି ବି ଜିତିଛି । ସେ ହେଉଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଆଇପିଏଲ ଯାତ୍ରାକୁ ୧୦ ବର୍ଷ ପୁରଣ ହୋଇଛି । ଏ ନେଇ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଭାବପୂର୍ଣ୍ଣ ଅଭିବାଦନ ଜଣାଇଛନ୍ତି । ସୋସିଆଲ ମିଡ଼ିଆରେ  ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅବଦାନକୁ ସଲାମ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ତାଙ୍କୁ 'କୁଂଫୁ ପାଣ୍ଡ୍ୟା' ବୋଲି କହିଛି ।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ ସେୟାର କରି ମୁମ୍ବାଇ ଇଣ୍ଡିଆନ୍ସ କହିଛି, ''ଜଣେ ପ୍ରତିଭାବାନ ଅଲରାଉଣ୍ଡର ସମୟକ୍ରମେ ଯିଏକି ଜଣେ କିମ୍ବଦନ୍ତୀ ଖେଳାଳି ହୋଇଛନ୍ତି । ୨୦୧୫ ଏପ୍ରିଲ ୧୯ରେ ହାର୍ଦ୍ଦିକ ପାଣ୍ଡ୍ୟା ନୀଳ ଓ ସ୍ୱର୍ଣ୍ଣିମ ଜର୍ସି ପିନ୍ଧିଥିଲେ । ଏହା ଭିତରେ ସ୍ୱର୍ଣ୍ଣିମ ଇତିହାସରେ ଲମ୍ବା ଧାରା ସୃଷ୍ଟି କରିଆସିଛନ୍ତି ପାଣ୍ଡ୍ୟା ।''

ଅଧିକ ପଢନ୍ତୁ...IPL 2025: ଆଜି ପଞ୍ଜାବ କିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଟକ୍କର, ପରାଜୟର ପ୍ରତିଶୋଧ ନେବ ବେଙ୍ଗାଲୁରୁ

ମୁମ୍ବାଇ ଇଣ୍ଡିଆନ୍ସରେ ଏହି ପୋଷ୍ଟକୁ ପ୍ରଶଂସକ୍ ବେଶ୍ ପ୍ରଶଂସା କରୁଛନ୍ତି । ଆଇପିଏଲରେ ଅନ୍ୟତମ ଶ୍ରେଷ୍ଠ ଫିନିସର ଆଖ୍ୟା ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସରୁ ହାର୍ଦ୍ଦିକଙ୍କ ଆଇପିଏଲ ଯାତ୍ରା ଆରମ୍ଭ ହୋଇଥିଲା । ୭ଟି ସିଜନ ପରେ ସେ ଗୁଜରାଟ ଟାଇଟନ୍ସ ଦଳର ନେତୃତ୍ବ ନେଇଥିଲେ । ୨୦୨୨ରେ ଟାଇଟନ୍ସ ବିଜେତା ହେବା ସହିତ ୨୦୨୩ରେ ଉପବିଜେତା ହୋଇଥିଲା । ୨୦୧୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ପଦ ଗ୍ରହଣ କରିଥିଲେ ।ଆଇପିଏଲ କ୍ୟାରିୟରରେ ହାର୍ଦ୍ଦିକ ପାଣ୍ଡ୍ୟା ୧୪୩ଟି ମ୍ୟାଚ ଖେଳିଛନ୍ତି । ସେଥିରେ ୨,୬୨୯ ରନ୍ କରିଛନ୍ତି । ପାଣ୍ଡ୍ୟାଙ୍କ ଖାତାରେ ୭୫ଟି ୱିକେଟ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.