ନୂଆଦିଲ୍ଲୀ: ଜୋସ ବଟଲରଙ୍କ ୯୭ ରନର ବିଶାଳ ସ୍କୋର ପ୍ରଭାବରେ ଗୁଜୁରାଟ ଟାଇଟନ୍ସ ଦିଲ୍ଲୀ କ୍ୟପିଟାଲକୁ ୭ ୱିକେଟରେ ଧୂଳି ଚଟାଇ ଦେଇଛି। ଗୁଜୁରାଟ ଚଳିତ ସୀଜନରେ ନିଜର ପଞ୍ଚମ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ ନିଜର ଦ୍ୱୀତିୟ ପରାଜୟ ବରଣ କରିଛି। ଗୁଜୁରାଟ ପକ୍ଷରୁ ପ୍ରସିଦ୍ଧ କୃଷ୍ଣା ୪ ୱିକେଟ ହାସଲ କରିଛନ୍ତି। ବଟଲର ଓ ଶେରଫାନ ରଦରଫୋର୍ଡ ସେଞ୍ଚୁରୀ ପ୍ରଟନରସିପ୍ ଖେଳି ଦଳକୁ ବିଜୟର ସ୍ୱାଦ ଚଖେିଛନ୍ତି।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ଗୁଜୁରାଟ ପ୍ରତମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଦିଲ୍ଲୀ ୮ ୱିକେଟ ହରାଇ ୨୦୩ ରନ ସଂଗ୍ରହ କରିଥିଲା। ଗୁଜୁରାଟ ମାତ୍ର ୩ଟି ୱିକେଟ ହରାଇ ୨୦ ଓଭର ସୁଦ୍ଧା ଚାର୍ଗେଟ ହାସଲ କରିନେଇଥିଲା। ବଟଲର ୯୭ ରନ ସଂଗ୍ରହ କରିଥିବାରୁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା।