ମୁମ୍ବାଇ,୧୯/୪ : ଗମ୍ଭୀରଙ୍କ କୋଚିଂ ଷ୍ଟାଫ୍ ବିରୋଧରେ ନିକଟରେ ଭାରତୀୟ କ୍ରିକେଟ୍ କଣ୍ଟେ୍ରାଲ ବୋର୍ଡ (BCCI) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତିନି ଜଣ ଅଭିଜ୍ଞଙ୍କୁ ବାହାର କରିଛି । ଏଥିରେ ଟିମ୍ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍ ଅଭିଷେକ ନାୟର ବି ସାମିଲ ଥିଲେ । ମାତ୍ର ଏହାକୁ ନେଇ ବୋର୍ଡ଼ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବୟାନ ଜାରି କରାଯାଇନାହିଁ । କିନ୍ତୁ ଏହି ଖବର ଅଛି କି ଅଭିଷେକ ନାୟର ଆଇପିଏଲ୍ ୨୦୨୫ମଧ୍ୟରେ କେକେଆର ଫ୍ରାଞ୍ଚାଇଜ୍ ସହ ଯୋଡ଼ି ହୋଇଯାଇଛନ୍ତି । କେକେଆର ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛି ।
ଅଭିଷେକ ନାୟରଙ୍କ କୋଲକାତା ନାଇଟ ରାଇଡର୍ସରେ ଘର ବାହୁଡ଼ା ହୋଇଯାଇଛି । କେକେଆର ଫ୍ରାଞ୍ଚାଇଜ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଅଭିଷେକ ନାୟରଙ୍କୁ ନିଜ କୋଚିଂ ଷ୍ଟାଫରେ ସାମିଲ କରିବାକୁ ଘୋଷଣା କରିଛନ୍ତି । ମାତ୍ର ଡିଫେଡିଂ ଚାମ୍ପିୟନ୍ସ କେକେଆରର ଟିମ୍ ଏଥିରେ ଏହି ସ୍ପଷ୍ଟ କରି ନାହିଁ କି ସେ କୋଚିଂ ଷ୍ଟାଫରେ କ’ଣ ଭୂମିକା ନିଭାଇବେ । ପ୍ରକାଶ ଯେ, ନାୟର ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ୍ ସହ ଯୋଡ଼ି ହେବା ପୂର୍ବରୁ ୨୦୨୪ ଆଇପିଏଲ୍ ସିଜନ ସମୟରେ କେକେଆର ଫ୍ରାଞ୍ଚାଇଜର ଭାଗିଦାରୀ ଥିଲେ, ଯେତେବେଳେ ଟିମ୍ ନିଜର ତୃତୀୟ ଆଇପିଏଲ୍ ତାଜ୍ ଜିତିଥିଲା ।
ନିକଟରେ ଅଭିଷେକ ନାୟରଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଟିମର ଆସିଷ୍ଟାଣ୍ଟ କୋଚ୍ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ବ୍ୟତୀତ ଫିଲ୍ଡିଂ କୋଚ୍ ଟି.ଦିଲୀପଙ୍କୁ ବି ବାହାର କରିଦିଆଯାଇଥିଲା। ନାୟର ୨୦୨୪ରେ ଟିମରେ ସାମିଲ ହୋଇଥିଲେ । ଯେତେବେଳେ ଗୌତମ ଗମ୍ଭୀର ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମୁଖ୍ୟ କୋଚ୍ ପଦ ସମ୍ଭାଳି ଥିଲେ । ମାତ୍ର ବିସିସିଆଇ ଏବେ ପର୍ଯ୍ୟନ୍ତ ଟିମର କୋଚିଂ ଷ୍ଟାଫକୁ ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ କିଛି କହିନାହିଁ ।