ଜୟପୁର,୧୯/୦୪: ଆଇପିଏଲ୍ ୨୦୨୫ର ୩୬ତମ ମ୍ୟାଚ୍ ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୧୮୧ ରନର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଆୟୁଷ ବଦୋନି ବିସ୍ଫୋରକ ବ୍ୟାଟିଂ କରିଥିଲେ ଏବଂ ଏକ ଅର୍ଦ୍ଧଶତକୀୟ ସ୍କୋର ହାସଲ କରିଥିଲେ। ବାଦୋନି ୩୪ ବଲ୍ରେ ୫୦ ରନ୍ କରିଥିଲେ। ସେ ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ମାର୍କରମ ୪୫ ବଲ୍ରେ ୬୬ ରନ୍ କରିଥିଲେ। ଶେଷରେ ଅବଦୁଲ ସମାଦ ଆଶ୍ଚର୍ଯ୍ୟଜନକ ୧୦ଟି ବଲ୍ ରୁ ୩୦ ରନ୍ କରି ଅପରାଜିତ ରହିଥିଲେ।
ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର, ତୁଷାର ଦେଶପାଣ୍ଡେ ଏବଂ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ହସରଙ୍ଗା ୨ଟି ୱିକେଟ ନେଇଥିଲେ।