ଅହମ୍ମଦାବାଦ: ଆଇପିଏଲ ୨୦୨୫ର ୩୫ତମ ମ୍ୟାଚରେ ବଡ଼ ସ୍କୋର କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଡିସି ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ୍ ହରାଇ ୨୦୩ ରନ୍ କରିଛି । ପ୍ରସିଦ୍ଧ କୃଷ୍ଣା ସର୍ବାଧିକ ୪ଟି ଓ୍ବିକେଟ୍ ନେବା ସତ୍ତ୍ବେ ଦିଲ୍ଲୀ ବଡ଼ ସ୍କୋର କରିବାରେ ସଫଳ ହୋଇଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଦିଲ୍ଲୀ ପାଇଁ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ନାହାନ୍ତି । ଅଭିଷେକ ପୋରେଲ ୧୮, କରୁଣ ନାୟାର ୩୧, କେଏଲ ରାହୁଲ ୨୮, ଅକ୍ଷର ପଟେଲ ୩୯, ଟ୍ରିଷ୍ଟନ ଷ୍ଟବସ୍ ୩୧ ଏବଂ ଆଶୁତୋଷ ଶର୍ମା ୩୭ ରନ କରିଛନ୍ତି । ଗୁଜୁରାଟ ପାଇଁ ପ୍ରସିଦ୍ଧ କୃଷ୍ଣା ୪ଟି ୱିକେଟ୍ ନେଇଛନ୍ତି । ତାଙ୍କ ବ୍ୟତୀତ ମହମ୍ମଦ ସିରାଜ, ଅରଶଦ ଖାନ, ଇଶାନ୍ତ ଶର୍ମା ଏବଂ ସାଇ କିଶୋର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।