ନୂଆଦିଲ୍ଲୀ: ଲକ୍ଷ୍ନୋ ସୁପରଜାଏଣ୍ଟ, ରାଜସ୍ଥାନ ରୟାଲ୍ସକୁ ଆଇପିଏଲର ରୋମାଞ୍ଚକ ମୁକାବିଲାରେ ମାତ୍ର ୨ ରନରେ ହରାଇ ଦେଇଛି। ଅବେଶ ଖାନ ୨୦ତମ ଓଭରରେ ୯ ରନର ଡିଫେଣ୍ଡ କରି ଲକ୍ଷ୍ନୋକୁ ବିଜୟି କରିଛନ୍ତି। ଏହି ମ୍ୟାଚରେ ଆବେଶ ମୋଟ୍ ୩ଟି ୱିକେଟ ହାସଲ କରିଛନ୍ତି। ଏଡେନ ମାକ୍ରମ ଓ ଆୟୁଷ ବଡେନି ମଶି ପଚାଶ ରନ ସଂଗ୍ରହ କରିଥିଲେ।
ଜୟପୁରର ସବାଇ ମାନସିଂହ କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୋ ଟସ୍ ଜିତି ବ୍ୟାଟିଂ କରିବାକୁ ଚୟନ କରିଥିଲା। ଲକ୍ଷ୍ନୋ ୫ ୱିକେଟ ହରାଇ ୧୮୦ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୫ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିପାରିଥିଲା। ମ୍ୟାଚରେ ଯସଶ୍ୱୀ ଜୟସୁଆଲ ମୋଟ୍ ୭୪ ରନ ସଂଗ୍ରହ କରିଥିବା ବେଳେ ବନିନ୍ଦୁ ହସରଙ୍ଗା ୨ଟି ୱିକେଟ ହାସଲ କରିଥିଲେ।