ନୂଆଦିଲ୍ଲୀ: ଆଇପିଏଲର ୩୯ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ, କୋଲକାତା ନାଇଟ ରାଇଡର୍ସକୁ ୧୯୯ ରନର ଟାର୍ଗେଟ ଦେଇଛି। ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ମ୍ୟାଚରେ ଟସ୍ ଜିତି କେକେଆର ପ୍ରଥମେ ବୋଲିଂ କରିବାକୁ ଚୟନ କରିଥିଲା।
ଗୁଜରାଟ ୩ ୱିକେଟ ହରାଇ ୧୯୮ ରନ ହାସଲ କରିଛି। ଦଳ ପକ୍ଷରୁ ଶୁଭମନ ଗିଲ ୯୦ ଓ ସାଇ ଶୁଦର୍ଶନ ୫୨ ରନ ସଂଗ୍ରହ କରିଛନ୍ତି। କୋଲକାତା ପକ୍ଷରୁ ବୌଭବ ଅରୋଡା, ହର୍ଷିତ ରାଣା ଓ ଆନ୍ଦ୍ରେ ରସେଲଙ୍କୁ ୧-୧ ୱିକେଟ ମିଳିଛି।