ମୁମ୍ବାଇ,୨୦/୦୪: ଆଇପିଏଲର ୩୮ ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୭୭ ରନ୍ର ଟାର୍ଗେଟ ଦେଇଛି। ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେବେ ନିର୍ଦ୍ଧାରିତ ୨୦ ଓଭରରେ ଚେନ୍ନାଇ ୫ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଶିବମ୍ ଦୁବେ ଏବଂ ରବିନ୍ଦ୍ର ଜାଡେଜା ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। କ୍ୟାପଟେନ ଏମଏସ ଧୋନି ମାତ୍ର ୪ ରନ୍ ସ୍କୋର କରି ପାଭିଲିୟନ ଫେରିଥିଲେ। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ସାଇକ ରଶିଦ ୧୯, ଆୟୁଷ ମାଥ୍ରେ ୩୨ ରନ୍ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରିନଥିଲେ।
ମୁମ୍ବାଇର ବୋଲିଂ କଥା ଯଦି ଦେଖାଯାଏ, ତେବେ ଜସପ୍ରୀତ ବୁମ୍ରା ୨ ୱିକେଟ୍ ନେଇଥିବା ବେଳେ ଦିପକ ଚହର, ଅଶ୍ବାନୀ କୁମାର ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ଏବେ ଚେନ୍ନାଇ ଦେଇଥିବା ୧୭୭ ରନ୍ର ବିଜୟଲକ୍ଷ୍ୟକୁ ହାସଲ କରିବାକୁ ମଇଦାନକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ।