ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

କମାଲ କଲେ କୃଣାଲ ଓ ସୁୟାଶ, ଆରସିବି ଆଗରେ ୧୫୮ ରନ ଟାର୍ଗେଟ୍‌

Published By : Tapas Panda | April 20, 2025 5:23 PM

Image Courtesy: Social Media

ଚଣ୍ଡୀଗଡ଼: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୫୮ ରନର ଟାର୍ଗେଟ ଦେଇଛି ପଞ୍ଜାବ କିଙ୍ଗସ୍ । ପଞ୍ଜାବ ପକ୍ଷରୁ ଶଶାଙ୍କ ସିଂହ ଅପରାଜିତ ୩୧ ରନ କରିଥିବା ବଳେ ମାର୍କୋ ଜାନସେନ ୨୫ ରନ କରି ଅପରାଜିତ ରହିଛନ୍ତି । ପ୍ରଭସିମରନ ସିଂହ ୩୩ ରନ କରି ଆଉଟ ହୋଇଥିଲେ। ପ୍ରିୟାଂଶ ଆର୍ଯ୍ୟ ୨୨ ରନ୍ କରି ପାଭିଲିୟନ୍‌ ଫେରିଥିଲେ । 

ଆରସିବିର ବୋଲରଙ୍କ ସାମ୍ନାରେ ଅସହାୟ ହୋଇପଡ଼ିଥିଲେ ପଞ୍ଜାବ ବ୍ୟାଟର୍ସ ।  ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ପଞ୍ଜାବ କିଙ୍ଗସ୍‌ ଶଶାଙ୍କ ଏବଂ ଜାନସେନଙ୍କ ବଳରେ ଏକ ସମ୍ମାନଜନକ ସ୍କୋର କରିପାରିଛି । ସେପଟେ ଦଳର ଅଧିନାୟକ ଶ୍ରେୟସ ଆୟର କେବଳ ୬ ରନ୍‌ କରିପାରିଥିଲେ ।  ତାଙ୍କ ବ୍ୟତୀତ ଜୋଶ ଇଂଲିସ ୨୯ ରନ୍‌ ଏବଂ ନେହାଲ ଓ୍ବାଧେରା ୫ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ । ମାର୍କସ ଷ୍ଟୋଇନସ୍‌ ବୋଲ୍ଡ ହୋଇଥିଲେ । 

ଅନ୍ୟପଟେ ଆରସିବି ପାଇଁ କୃଣାଲ ପାଣ୍ଡ୍ୟା ଚମତ୍କାର ବୋଲିଂ କରିଥିଲେ । ସେ ୪ ଓଭରରେ ୨୫ ରନ ଦେଇ ୨ଟି ୱିକେଟ ନେଇଥିଲେ। ସୁୟାଶ ଶର୍ମା ୪ ଓଭରରେ ୨୬ ରନ ଦେଇ ୨ଟି ୱିକେଟ ନେଇଥିଲେ। ରୋମାରିଓ ସେଫର୍ଡ ମଧ୍ୟ ଗୋଟିଏ ୱିକେଟ ପାଇଥିଲେ। ଭୁବନେଶ୍ବର କୁମାର ଏବଂ ଜୋସ୍‌ ହାଜେଲଉଡ୍‌ ଭଲ ବୋଲିଂ କରିଥିଲେ ମଧ୍ୟ ଓ୍ବିକେଟ ନେବାରେ ସଫଳ ହୋଇପାରି ନଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.