ଚଣ୍ଡୀଗଡ଼: IPL 2025ର ୩୭ତମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା । ଦୁଇ ଦଳ ମଧ୍ୟରେ ଏହି ମୁକାବିଲା ମୁଲ୍ଲାନପୁରର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ହୋଇଥିଲା । ସେଠାରେ RCB ଦଳ ସହଜ ବିଜୟ ହାସଲ କରିଛି । ଏହା ସହିତ RCB ମଧ୍ୟ ପଞ୍ଜାବ ଦଳଠାରୁ ପ୍ରତିଶୋଧ ନେଇଛି । ଏହି ସିଜିନରେ ଏହି ଦୁଇ ଦଳ ମଧ୍ୟରେ ଏହା ଦ୍ୱିତୀୟ ମୁକାବିଲା ଥିଲା। ପୂର୍ବରୁ ୧୮ ଏପ୍ରିଲରେ ପଞ୍ଜାବ ନିଜ ଘରୋଇ ପଡ଼ିଆରେ ଆରସିବିକୁ ୯୫ ରନରେ ଅଲଆଉଟ୍ କରି ୫ ୱିକେଟରେ ବିଜୟୀ ହୋଇଥିଲା। କିନ୍ତୁ ଏହି ମ୍ୟାଚ୍ରେ RCB ପକ୍ଷରୁ ପଞ୍ଜାବକୁ ନିଜ ଗ୍ରାଉଣ୍ଡରେ ପରାସ୍ତ କରିଛି ।
ଆଜିର ମ୍ୟାଚ୍ରେ ବିରାଟ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । ସେ ୫୪ ବଲ୍ରେ ୭୩ ରନ୍ କରି ଅପରାଜିତ ରହିଥିଲେ । ସେହିଭଳି ଦେବଦତ୍ତ ପାଡିକଲ୍ ୬୧ ରନ୍ କରି ଦଳକୁ ସହଜ ବିଜୟ ଦେବାରେ ମୁଖ୍ୟ ଭୂମିକା ନେଇଥିଲେ । ରଜତ ପାଟିଦାର ୧୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଜିତେଶ ଶର୍ମା ୧୧ ରନ୍ କରି ଅପରାଜିତ ଥିଲେ । ପଞ୍ଜାବର ବୋଲର ଅସହାୟ ହୋଇପଡ଼ିଥିଲେ । ଅର୍ଶଦୀପ ସିଂହ, ହରପ୍ରୀତ ବ୍ରାର ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ବୋଲରମାନେ ସଠିକ୍ ପ୍ରମାଣିତ କରିଥିଲେ। ଆରସିବି ବୋଲରମାନେ ପଞ୍ଜାବ ବ୍ୟାଟରଙ୍କୁ ଏକ ଛୋଟ ସ୍କୋରରେ ସୀମିତ ରଖିବାରେ ସଫଳ ହୋଇଥିଲେ। ପଞ୍ଜାବ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୫୭ ରନ୍ କରିଥିଲା। ପଞ୍ଜାବ ପକ୍ଷରୁ ପ୍ରଭସିମରନ ସିଂହ ସର୍ବାଧିକ ୩୩ ରନ କରିଥିଲେ। ସେହି ସମୟରେ, ଶଶାଙ୍କ ସିଂହ ୩୧ ରନର ଅପରାଜିତ ଇନିଂସ ଖେଳି ଦଳକୁ ଏହି ସ୍କୋରରେ ପହଞ୍ଚାଇଥିଲେ। ଜୋଶ ଇଙ୍ଗଲିସ୍ ମଧ୍ୟ ୨୯ ରନ୍ ଏବଂ ମାର୍କୋ ଜାନସେନ୍ ୨୫ ରନ୍ କରି ଅପରାଜିତ ରହିଥିଲେ।
ଅନ୍ୟପକ୍ଷରେ, RCB ପାଇଁ କୃଣାଲ ପାଣ୍ଡ୍ୟା ସବୁଠାରୁ ସଫଳ ବୋଲର ଥିଲେ। ସେ ତାଙ୍କର ୪ ଓଭର ସ୍ପେଲରେ ମାତ୍ର ୨୫ ରନ ଖର୍ଚ୍ଚ କରିଥିଲେ ଏବଂ ୨ ଜଣ ବ୍ୟାଟର ୱିକେଟ ନେଇଥିଲେ। ସୁୟାଶ ଶର୍ମା ମଧ୍ୟ ୪ ଓଭରରେ ୨୬ ରନ ଦେଇ ୨ଟି ୱିକେଟ ନେଇଥିଲେ। ଏହା ବ୍ୟତୀତ, ରୋମାରିଓ ସେଫର୍ଡ ଗୋଟିଏ ସଫଳତା ହାସଲ କରିଥିଲେ।