ନୂଆଦିଲ୍ଲୀ: ଚମତ୍କାର ବୋଲିଂ ପ୍ରଦର୍ଶନ କରି, ଗୁଜରାଟ ଟାଇଟାନ୍ସ ଆଇପିଏଲର ୧୮ତମ ସିଜିନରେ ଷଷ୍ଠ ମ୍ୟାଚକୁ ନିଜ ଖାତାରେ ତଢେଇଛି। ଗୁଜୁରାଟ, କୋଲକାତା ନାଇଟ୍ ରାଇଡର୍ସକୁ ୩୯ ରନ ବ୍ୟବଧାନରେ ପରାସ୍ତ କରିଛି। ଏହା ସହିତ ଟାଇଟାନ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ନିଜ ସ୍ଥାନ ବନାଇ ରଖିଛି। ପ୍ରସିଦ୍ଧ କୃଷ୍ଣ ଏବଂ ରସିଦ ଖାନ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅଧିନାୟକ ଶୁଭମନ ଗିଲ ୯୦ ରନ ସଂଗ୍ରହ କରିଛନ୍ତି।
ଇଡେନ ଗାର୍ଡେନ ଷ୍ଟାଡିୟମରେ ହେଉଥିବା ଆଜିର ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ବାଛିଥିଲା। ଗୁଜରାଟ ୩ ୱିକେଟ୍ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ ୫୨ ଏବଂ ଜସ୍ ବଟଲର୍ ୪୧ ରନ୍ ସଂଗ୍ରହ କରିଥିଲେ। ଜବାବରେ, କେକେଆର ୮ ୱିକେଟ୍ ହରାଇ କେବଳ ୧୫୯ ରନ୍ କରିପାରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ ୫୦ ରନ୍ ସଂଗ୍ରହ କରିଥିଲେ।