ପୁରୀ,୦୨/୦୧: ନୂଆବର୍ଷ ପାଇଁ ପୁରୀରେ ଲାଗି ରହିଛି ଗହଳି । ଗୁରୁବାର ବି ପୁରୀରେ ଭକ୍ତଙ୍କ ଭିଡ଼ । ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା । ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍ ।
ବୁଧବାର ପୁରୀକୁ ପ୍ରାୟ ୫ ଲକ୍ଷରୁ ଅଧିକ ଭକ୍ତ ଆସିଥିବାରୁ ବିଳମ୍ବିତ ରାତି ଯାଏ ଦର୍ଶନ ଜାରି ରହିଥିଲା । ତେବେ ବୁଧବାର ଠାରୁ ଗୁରୁବାର ଭିଡ ଟିକେ କମ ରହିଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ଶୃଂଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।