ପ୍ରମୂଖ ଖବର
  • ଏସ୍‌ସିବିରେ ଖୋଲିଲା ରୋଗୀ ସମ୍ପର୍କୀୟ ବିଶ୍ରାମ ସ୍ଥଳ, ଶୃଙ୍ଖଳା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ
  • ||
  • ଶପଥ ନେଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ବିରୋଧୀ ଦଳ ନେତା ନବୀନଙ୍କ ପୁରୀ ଜିଲା ଗସ୍ତ : କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ବୁଝିଲେ

Published By : Prameya | December 31, 2024 8:01 PM

ପୁରୀ ୩୧/୧୨ : ପୁରୀ ଜିଲ୍ଲା ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କର ଦୁଃଖ ବୁଝିଥିଲେ । ଅଞ୍ଚଳର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳ ବୁଲି ଦେଖିବା ସହ ଚାକ୍ଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। କ୍ଷମତାରେ ଥାଏ ବା ନ ଥାଏ ଆପଣଙ୍କ ସହ ମୁଁ ସବୁଦିନ ଥିଲି, ଏବେ ବି ରହିଛି ଭବିଷ୍ୟତ ରେ ରହିବି ବୋଲି ସେମାନଙ୍କ କାନ୍ଧରେ ହାତ ରଖି ଆଶ୍ୱାସନା ଦେଇଛନ୍ତି ବିରୋଧ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। 

ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଅଦିନିଆ ଲଗାଣ ବର୍ଷା ଫଳରେ ପୁରୀ ଜିଲ୍ଲା ର ୧୧ ଗୋଟି ବ୍ଲକର ଚାଷୀକୁଳ ର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ବିଶେଷ କରି ଚାଷୀକୁଳର  ଖରିଫ ଫସଲ ଉଜୁଡି ଯାଇଛି, ସାକ୍ଷୀଗୋପାଳ ବ୍ଲକର ଧାନ, ମୁଗ ବିରି, କୃଷ୍ଣ ପ୍ରସାଦ ବ୍ଲକ ଚିନାବାଦାମ, ଡେଲାଙ୍ଗ ଓ ପିପିଲି ବ୍ଲକ ର କୋବି ଫସଲ ସହିତ ରବି ଫସଲ ମଧ୍ୟ ବିଶେଷ କ୍ଷତି ଘଟିଛି। ଆଜି ବିରୋଧିଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସତ୍ୟବାଦୀ ଅଞ୍ଚଳ ବୁଲି ଦେଖି ଚାଷୀ ମାନଙ୍କର ସମସ୍ୟା ବୁଝିଲେ। ସରକାର ଖରିଫ ଏବଂ ରବି ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ଶ୍ରୀ ଦାସବର୍ମା ଦାବି କରିଛନ୍ତି।

ସତ୍ୟବାଦୀ ଅଞ୍ଚଳର କ୍ଷତିଗ୍ରସ୍ତ କ୍ଷେତରେ ନବୀନ ପହଞ୍ଚି ଥିବା ଖବର ପାଇ ଶହ ଶହ ଚାଷୀ ତାଙ୍କୁ ଭେଟି ଦୁଃଖ ବଖାଣିଛନ୍ତି। ବର୍ଷା ଓ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଆମକୁ କୈାଣସି ଆଗୁଆ ସୂଚନା ଦିଆଗଲା ନାହିଁ। ଆଗୁଆ ସୂଚନା ଦିଆଯାଇଥିଲେ ଆମ ଫସଲ ବଞ୍ଚି ଯାଇଥାନ୍ତା। ଏତେ ଦିନଧରି ବର୍ଷା ପାଣିରେ ସୁନାର ଫସଲ ଭିଜି ଭିଜି ନଷ୍ଟ ହେଲା ପରେ ସରକାରୀ ଅଧିକାରୀଙ୍କ ଦେଖା ମିଳୁ ନାହିଁ । ଫସଲ ବିମା ମିଳିବକି ନାହିଁ ସରକାରୀ କ୍ଷତିପୂରଣ ମିଳିବକି ନାହିଁ ତାହା ମଧ୍ୟ ସରକାର ସ୍ପଷ୍ଟ କରୁନାହାନ୍ତି ବୋଲି ନଷ୍ଟ ହୋଇଯାଇଥିବା ଫସଲକୁ ଦେଖାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗରେ କୋହଭରା କଣ୍ଠରେ ଏହିପରି ସଂଘାତିକ ଅଭିଯୋଗ ଆଣିଛନ୍ତି ସତ୍ୟବାଦୀ ଅଞ୍ଚଳର ଚାଷୀ। ଏହା ସହିତ ସେମାନଙ୍କୁ ନ୍ୟାୟ ଦେବାପାଇଁ ମଧ୍ୟ ନବୀନଙ୍କୁ ଗୁହାରି କରିଛନ୍ତି।

 ଏହି ଅବସରରେ ନବୀନ ତୁରନ୍ତ ଚାଷୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେ କହିଛନ୍ତି ବର୍ଷା ସମୟରେ ଚାଷୀମାନଙ୍କୁ ଆଗୁଆ ସୂଚନା ମିଳିଥିଲେ ସେମାନଙ୍କ ଫସଲ ନଷ୍ଟ ହୋଇନଥାନ୍ତା। ପୁରୀ ଜିଲ୍ଲାର ଚାଷୀକୁଳ ଆଜି ଘୋର ଦୁଃଖରେ ଅଛନ୍ତି। ଅଦିନିଆ ବର୍ଷା ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତେଣୁ କାଳ ବିଳମ୍ବ ନକରି ସରକାର ତୁରନ୍ତ କ୍ଷତି ପୂରଣ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ସଦର ବିଧାୟକ ସୁନିଲ ମହାନ୍ତି, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର, ନିମାପଡ଼ା ଯୁବ ନେତା ସୁବତ୍ର ଛାଟୋଇ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧିନ ନାୟକ ,ଜିଲ୍ଲା ପରିଷଦଙ୍କ ପ୍ରତିନିଧି, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ, କଣାସ ବ୍ଲକ ଅଧ୍ୟକ୍ଷା, ସତ୍ୟବାଦୀ ଓ କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ଏବଂ ବହୁ ଚାଷୀ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.