ପୁରୀ,୦୫/୦୧: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ । ନୋ ଫ୍ଲାଇଂ ଜେନ୍ରେ ଉଡ଼ିଲା ଡ୍ରୋନ୍ । ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍ ହୋଇଥିବା ସତ୍ତ୍ୱେ ପ୍ରାୟ ଅଧଘଣ୍ଟା ଧରି ଉଡିଲା ଡ୍ରୋନ୍ । ପ୍ରଥମେ ମେଘନାଦ ପାଚେରୀ ଚାରିପଟେ ପରେ ଦଧିନଉତି ଉପରେ ଉଡ଼ିଲା ଡ୍ରୋନ୍ । ଏହା ପରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଏବଂ ଏହାର ଚାରିପଟେ ମଧ୍ୟ ଉଡ଼ିଲା ଡ୍ରୋନ୍ । ତେବେ କିଏ ଏବଂ କାହିଁକି ଡ୍ରୋନ୍ ଉଡାଇଲା ତାକୁ ନେଇ ଉଠିଛି ପ୍ରଶ୍ନ ।
କିଛି ଦିନ ତଳେ ସେବାୟତ ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ଏବେ ପୁଣି ଥରେ ନିୟମ ଭାଙ୍ଗିଲେ ଅମାନିଆ । ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡିଛି ଡ୍ରୋନ୍ ।