ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ନୂଆ ବର୍ଷ ଓ ଗଙ୍ଗା ସ୍ନାନ ଯାତ୍ରୀ ଭିଡ଼କୁ ଦେଖି ନିଷ୍ପତ୍ତି, ପରୀକ୍ଷା ମୂଳକ ଦର୍ଶନ ବ୍ୟବସ୍ଥା ସ୍ଥଗିତ

Published By : Harapriya Sethi | December 27, 2024 10:26 AM

ପୁରୀ,୨୭/୧୨: ଚଳିତ ମାସ ୨୮ ତାରିଖରେ ଶ୍ରୀମନ୍ଦିର ଭିତରେ ହେବାକୁ ଥିବା ବ୍ୟାରିକେଡ୍‌ ଓ ର‌୍ୟାମ୍ପର ପରୀକ୍ଷା ମୂଳକ ଦର୍ଶନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି । ବଡ଼ ଦିନ ଛୁଟି, ନୂଆବର୍ଷ ଓ ଗଙ୍ଗା ସାଗର ଯାତ୍ରୀଙ୍କ ଭିଡ଼କୁ ଲକ୍ଷ୍ୟରେ ରଖି ପରୀକ୍ଷା ମୂଳକ ଦର୍ଶନ ବ୍ୟବସ୍ଥା କରିବା ନିଷ୍ପତ୍ତିରୁ ପ୍ରଶାସନ ଓହରି ଯାଇଛି । ଏହା ଜାନୁଆରୀ ୨୦ ପରେ ପ୍ରାୟତଃ ୨୨ ତାରିଖ ବେଳକୁ କରାଯିବାକୁ ପରବର୍ତ୍ତୀ ନିଷ୍ପତ୍ତି ନିଆଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

ମନ୍ତ୍ରୀ କହିଛନ୍ତି, ୨୮ ତାରିଖରେ ଶ୍ରୀମନ୍ଦିରରେ ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷା ମୂଳକ ଭାବେ କରିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ୨୮ରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଶ୍ରୀମନ୍ଦିରରେ ବଢ଼ିବ । ଆସନ୍ତା ପହିଲା ବେଳକୁ ଭିଡ଼ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ତେଣୁ ଏହି ସମୟରେ ପରୀକ୍ଷା ମୂଳକ ନୂଆ ଦର୍ଶନ ବ୍ୟବସ୍ଥା କରିବା ଠିକ୍‌ ହେବନି । ଏହାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ବିଧି ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଗୁରୁବାର ଏକ ବୈଠକ ହୋଇଥିଲା । ଚଳିତ ମାସ ୧୮ରୁ ଜାନୁଆରି ୨୦ ତାରିଖ ଗଙ୍ଗା ସ୍ନାନ ସରିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରରେ ପରୀକ୍ଷା ମୂଳକ ଦର୍ଶନ ବ୍ୟବସ୍ଥା ନକରି ପରେ କରାଯିବ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନିମନ୍ତେ ଯେଉଁ ଷ୍ଟ୍ରକ୍‌ଚର ହେବା କଥା ହୋଇସାରିଛି । 

ଏହାକୁ ଆସନ୍ତା ମାସ ୨୨ ତାରିଖ ବେଳକୁ ନୂଆ ଦର୍ଶନ ବ୍ୟବସ୍ଥା କରାଯିବ । ଯାତ୍ରୀଙ୍କ ଭିଡ଼ ସମୟରେ ଯେପରି ସମସ୍ୟା ନହେବ ଓ ପରେ ଯେପରି ଗୋଟିଏ ବ୍ୟବସ୍ଥା ୩୬୫ ଦିନ ପର୍ଯ୍ୟନ୍ତ ଚାଲିବ ତାହାକୁ ଲକ୍ଷ୍ୟ ରଖାଯାଇଛି । ସୂଚନାଥାଉକି, ଶ୍ରୀମନ୍ଦିର ନାଟମଣ୍ଡପରେ ସରକାର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ନିମନ୍ତେ ୬ ଥାକିଆ କାଠ ବ୍ୟାରିକେଡ୍‌ ଓ ର‌୍ୟାମ୍ପ ବ୍ୟବସ୍ଥା କରାଯିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ୬ଟି ଧାଡ଼ି ମଧ୍ୟରୁ ୩ଟି ଦିବ୍ୟାଙ୍ଗ, ବୟସ୍କ, ମହିଳା ଓ ଶିଶୁଙ୍କ ନିମନ୍ତେ ସଂରକ୍ଷିତ ରଖାଯିବ । ବାକି ୩ଟିରେ ସାଧାରଣ ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବାକୁ ଯିବେ । ସାତପାହାଚ ଦେଇ ଶ୍ରଦ୍ଧାଳୁମାନେ ନାଟମଣ୍ଡପରେ ପଶିବା ପରେ ବ୍ୟାରିକେଡ୍‌ ଭିତର ଦେଇ ଠାକୁର ଦର୍ଶନ କରିବେ । ପରେ ଗାରଦ ଦ୍ୱାର ଓ ଘଣ୍ଟିଦ୍ୱାରରେ ପ୍ରସ୍ଥାନ କରିବେ । ଏହି ବ୍ୟାରିକେଡରେ ର‌୍ୟାମ୍ପ ରହିବ । ର‌୍ୟାମ୍ପର ଗରୁଡ଼ ସ୍ତମ୍ଭ ପାଶ୍ୱର୍ ଉଚ୍ଚ ଓ ବାହାର କାଠ ପାଶ୍ୱର୍ ନିଚା ରହିବ । ଫଳରେ ପଛରେ ରହୁଥିବା ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବାରେ ହିନସ୍ତା ହେବେନି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.