ପ୍ରମୂଖ ଖବର
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା: ନାଟମଣ୍ଡପରୁ ହଟିବ ହୁଣ୍ଡି, ୨୭, ୨୮ରେ ପରୀକ୍ଷାମୂଳକ ଦର୍ଶନ

Published By : Prameya | December 24, 2024 12:12 PM

ପୁରୀ, ୨୪/୧୨: ଶ୍ରୀମନ୍ଦିର ନାଟମଣ୍ଡପରେ  ଚଳିତ ୨୭ ଓ ୨୮ ତାରିଖରେ ନୂଆ ବ୍ୟାରିକେଡ୍‌  ଓ ର‌୍ୟାମ୍ପ ଦେଇ ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ସୋମବାର ପ୍ରତିହାରୀ ନିଯୋଗ ସହ ସମନ୍ୱୟ ବୈଠକ ପରେ ସୂଚନା ଦେଇଛନ୍ତି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । 

ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିରର ସମସ୍ତ ପ୍ରମୁଖ ନିଯୋଗଙ୍କ ସହ ପରବର୍ତ୍ତୀ ସମୟରେ ପରାମର୍ଶ ବୈଠକ କରିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି  କରାଯାଇଛି । କମିଟିରେ ଏସ୍‌ପି, ଶ୍ରୀମନ୍ଦିର କମାଣ୍ଡର, ନୀତି ପ୍ରଶାସକ ମଧ୍ୟ ରହିଛନ୍ତି । ନୂଆ ବ୍ୟାରିକେଡ୍‌  ଦର୍ଶନ ବ୍ୟବସ୍ଥାରେ କିଛି ବି ଅସୁବିଧା ନଜର ଆସିଲେ  ଏହାକୁ ପରବର୍ତ୍ତୀ ସମୟରେ ସୁଧାର କରାଯିବ । ଭକ୍ତମାନେ ଯେପରି ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିବେ ଓ ସୁଖଦ ଅନୁଭବ ନେଇ ଯିବେ  ତାହାକୁ ଲକ୍ଷ୍ୟରେ ରଖି ଏହି ବ୍ୟବସ୍ଥା କରାଯାଉଛି । ତେଣୁ ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା ପରେ  ସ୍ଥାୟୀ ଭାବେ ପହିଲା ପରେ ଦିନ ସ୍ଥିର କରି ଲାଗୁ  କରାଯିବ । ମାତ୍ର ଏହି ବ୍ୟବସ୍ଥା ନିଶ୍ଚିତ କରାଯିବ ।  ବ୍ୟାରିକେଡ୍‌ ବ୍ୟବସ୍ଥା ନିମନ୍ତେ ନାଟମଣ୍ଡପରେ ଥିବା  ହୁଣ୍ଡି ସ୍ଥାନାନ୍ତର କରିବାକୁ ପଡ଼ିବ ।

 ଶ୍ରୀମନ୍ଦିର ନିୟମ ମୁତାବକ ହୁଣ୍ଡି କରିବା, ସ୍ଥାନାନ୍ତର ଓ ହଟାଇବାକୁ ହେଲେ ରାଜ୍ୟ ସରକାରଙ୍କ ବିଧି ବିଭାଗର ଅନୁମତି ଆବଶ୍ୟକ  ପଡ଼ିବ। ସରକାରଙ୍କଠାରୁ ଏନେଇ ଅନୁମତି ନିଆଯାଇ ହୁଣ୍ଡି ସ୍ଥାନାନ୍ତର କରାଯିବ । ସେହିପରି ନୂଆ ଦର୍ଶନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଏସ୍‌ଓପି  (ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ)କୁ ମଧ୍ୟ ପାଳନ କରାଯିବ । ନାଟମଣ୍ଡପରେ ବ୍ୟାରିକେଡ୍‌ ଦର୍ଶନ ବ୍ୟବସ୍ଥା  କରାଯିବା ଦ୍ୱାରା ଭିତର କାଠ ଦର୍ଶନ ବ୍ୟବସ୍ଥାକୁ  ସଙ୍କୁଚିତ କରିବା ପାଇଁ ଚେଷ୍ଟା ହେଉଥିବା ଅନେକ  ଆଶଙ୍କା ପ୍ରକାଶ କରିଛନ୍ତି । ମାତ୍ର ଶ୍ରଦ୍ଧାଳୁଙ୍କ ଭିତରକାଠ ଦର୍ଶନ ବ୍ୟବସ୍ଥା ବନ୍ଦ ହେବ ନାହିଁ । ନୂଆ ବ୍ୟାରିକେଡ  ବ୍ୟବସ୍ଥା ହେଲେ ଏହା ଭିତରକାଠ ଦର୍ଶନ ବିଧି  ବ୍ୟବସ୍ଥାରେ କୌଣସି ହାନି ପହଞ୍ଚାଇବ ନାହିଁ ।  ପୂର୍ବଭଳି ନୀତି ନିର୍ଦ୍ଧାରିତ ସମୟରେ ଶ୍ରଦ୍ଧାଳୁମାନେ  ଭିତର କାଠ ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କ ଦର୍ଶନ  କରିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । 

ଜଣେ ପ୍ରାଶାସନିକ ଅଧିକାରୀ କହିଛନ୍ତି,  ଶ୍ରୀମନ୍ଦିର ନାଟମଣ୍ଡପରେ ହେଉଥିବା ୬ଥାକିଆ  ବ୍ୟାରିକେଡ୍‌ ଓ ର‌୍ୟାମ୍ପ ଦର୍ଶନ ବ୍ୟବସ୍ଥାରେ ୩ଟି  ଲାଇନ୍‌ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗ ନିମନ୍ତେ  ଏବଂ ବାକି ୩ଟି ପୁରୁଷଙ୍କ ନିମନ୍ତେ ଉନ୍ମୁକ୍ତ ରହିବ ।  ଶ୍ରଦ୍ଧାଳୁମାନେ ସାତପାହାଚ ନେଇ ନାଟମଣ୍ଡପରେ  ଠାକୁର ଦର୍ଶନ କରିବା ପରେ ଗାରଦ ଦ୍ୱାର ଓ  ଘଣ୍ଟି ଦ୍ୱାର ଦେଇ ପାଟଅଗଣାକୁ ବାହାରିବେ ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.