ପ୍ରମୂଖ ଖବର
  • କଟକ ବେଲିଭ୍ୟୁ ଛକରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ମାଲକାନଗିରି; ସିଆରପିଏଫ୍ କ୍ୟାମ୍ପ ଉପରେ ମାଓ ହମଲା, ୨ ଯବାନ ଆହତ
  • ||
  • ମହାବଳ ଛାଲ ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ,୧୧ ଜଣ ଗିରଫ
  • ||
  • ଶୀତ ଅବକାଶ ପାଇଁ ୨୫ରୁ ହାଇକୋର୍ଟ ଛୁଟି, ଜାନୁଆରୀ ୨ରୁ ଖୋଲିବ କୋର୍ଟ
  • ||
  • ଜୟପୁର-ଅଜମେର ହାଇୱେରେ ବଡ ଦୁର୍ଘଟଣା, ବସ୍କୁ ଧକ୍କା ଦେଲା ଟ୍ରକ, ୧୦ରୁ ଅଧିକ ଗୁରୁତର
  • ||
  • ମୋବାଇଲ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ,ପୁଣି ଫେରିବ ରିଚାର୍ଜ କୁପନ୍
  • ||
  • ‘ନୋ ଡିଟେନ୍‌ସନ ପଲିସି’ ଉଠାଇଦେଲେ କେନ୍ଦ୍ର ସରକାର: ଏଥର ୫ମ, ୮ମରେ ଫେଲ୍‌ ହେଲେ ଫେଲ୍‌
  • ||
  • ଦକ୍ଷିଣ ଓ ଉପକୂଳରେ ଦୁଇ ଦିନ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC
  • ||

ବ୍ୟାଙ୍କରେ ସୁନାଋଣ ନାଁରେ ୮୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଫେରାର ଥିବା ଯୁବକ ଭୁବନେଶ୍ୱରରୁ ଗିରଫ…

Published By : Prameya | December 23, 2024 11:16 PM

ମାଲକାନଗିରି,୨୩।୧୨: ମାଲକାନଗିରି ଜିଲ୍ଲା ଆକ୍ସିସ ବ୍ୟାଙ୍କରେ ସୁନା ରୁଣ ନାମରେ ୮୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଆଜି ଆଉ ଜଣେ ଅଭିଯୁକ୍ତକୁ ଭୁବନେଶ୍ଵରରୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଆକ୍ସିସ ବ୍ୟାଙ୍କରେ ସୁନା ରୁଣ ନାମରେ ମହା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହି ଘଟଣାରେ ପୂର୍ବରୁ ୩ ଜଣ ବ୍ୟାଙ୍କ କର୍ମଚାରୀ ଗିରଫ ହୋଇଥିଲେ । ତେବେ ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତ ସୋମ୍ୟରଞ୍ଜନ ଦାସ ଅଭିଯୋଗ ପରେ ଫେରାର ହୋଇଯାଇଥିଲା।

ପୋଲସି ସୋମ୍ୟକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଅଭିଯୁକ୍ତ ସୋମ୍ୟ ଭୁବନେଶ୍ବରରେ ଲୁଚି ରହିଥିବା ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସର ଏକ ଟିମ ଚଢାଉ କରି ସୋମ୍ୟକୁ ଗିରଫ କରି ମାଲକାନଗିରି ଆଣିଥିଲେ। ତେବେ ଆଜି ପୋଲିସ ପକ୍ଷରୁ ଅଭିଯୁକ୍ତ ସୋମ୍ୟକୁ କୋର୍ଟ ଚାଲାଣ କରାଯାଇଛି । ମିଥ୍ୟା ପ୍ରମାଣ ପତ୍ର ଦେଇ ଓ ଅନେକ ଗ୍ରାହକଙ୍କ ନକଲି ଦସ୍ତଖତ କରି ଏହି ଅଭିଯୁକ୍ତ ମାନେ ମୋଟ ୧୬୪୮.୭୦ ଗ୍ରାମ ସୁନା ବନ୍ଧକ ଦର୍ଶାଇ ମୋଟ ୮୩. ୮୦ ଲକ୍ଷ ଟଙ୍କା ଲୁଟ କରିଥିଲେ । ତେବେ ପ୍ରକୃତରେ କିନ୍ତୁ ଏହି ପରିମାଣର ସୁନା ବ୍ୟାଙ୍କରେ ଜମା ନଥିବା ବେଳେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ଯାଞ୍ଚ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ଓ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇ ମୋଟ ୭ ଜଣଙ୍କ ନାମରେ ମାମଲା ରୁଜୁ କରା ଯାଇଥିଲା । ଆଉ କିଏ ଏହି ଘଟଣାରେ ସାମିଲ ଅଛନ୍ତି କି ନାହିଁ ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ ସୂଚନା ଦେଇଛନ୍ତି।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.