ପୁରୀ,୨୮/୧୨: ନୂଆବର୍ଷ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ସିସିଟିଭି ବଳୟ ମଧ୍ୟରେ ରହିବ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି ।
ନୂଆ ବର୍ଷରେ ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ପୁରୀ ଆସିଥାନ୍ତି ।ଠାକୁରଙ୍କୁ ଦର୍ଶନ କରି ସମୁଦ୍ର କୂଳରେ କିଛି ସମୟ ବିତାଇ ଶାନ୍ତି ଅନୁଭବ କରନ୍ତି । ସେଥିପାଇଁ ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହେବେ । ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୧ ତାରିଖ ଭିଡ ରହୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ମଧ୍ୟ ଲାଗୁ ହେବ । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି ।