ଚନ୍ଦାହାଣ୍ଡି , ୨୭।୧ - ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଯୋଗ ଦେଇ ଚନ୍ଦାହାଣ୍ଡି ବ୍ଲକର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ।
ଜିଲ୍ଲାପାଳଙ୍କ ୬୭ ଟି ଅଭିଯୋଗ ମଧ୍ୟରୁ ୪୮ ଟି ବ୍ୟକ୍ତିଗତ ଏବଂ ୧୯ ଟି ସାମୂହିକ ଅଭିଯୋଗ ରହିଥିଲା। l. ଏହି ଅବସରରେ ଗୋପାଳ ଜଗତ, ମହମ୍ମଦ ସେହେଜାଦ, ଜୟନ୍ତ ବେହେରାଙ୍କୁ ଜମି ପଟ୍ଟା ଚନ୍ଦାହାଣ୍ଡି ତହସିଲଦାର ପ୍ରଦାନ କରିଥିଲେ l ସେମାନଙ୍କ ପଟ୍ଟାରେ ଜାତି ଉଲ୍ଲେଖ ନ ଥିବାରୁ ସେମାନଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ଏହାର ତୁରନ୍ତ ପଦକ୍ଷେପ ନେବାକୁ ଆଇନଜୀବୀ ମହମ୍ମଦ ହୁସେନ ଅଭିଯୋଗ କରିଥିଲେ l ଜିଲ୍ଲାପାଳ ଏହାର ତୁରନ୍ତ ପଦକ୍ଷେପ ନେବାକୁ ତହସିଲଦାର ସହଦେଵ କୂତୃକାଙ୍କୁ ନିର୍ଦେଶ ଦେଇଥିଲେ l ୩ଜଣ ଭିନ୍ନକ୍ଷମଙ୍କୁ ହ୍ବିଇଲ ଚେୟାର ପ୍ରଦାନ କରାଯିବା ସହ ୩୧ ଜଣଙ୍କୁ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇ ଥିଲା l ଜିଲ୍ଲା ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଏସପି ମିହିର କୁମାର ପଣ୍ଡା, ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ସହଦେଵ କୁତୃକା, ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲର୍ସ , ସମସ୍ତ ବିଭାଗର ଜିଲ୍ଲା ଅଧିକାରୀ, ବ୍ଲକ ଅଧିକାରୀ ,ସମସ୍ତ ପଞ୍ଚାୟତର ପିଇଓ ଏବଂ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ l
ପଟଖଲିଆ ପଞ୍ଚାୟତ ସଦରରେ ରହିଥିବା ଲାଖ ପ୍ରୋସେସିଂ ମେସିନ, ଚିଲିଗାଁ ଧାନ ମଣ୍ଡି, ଏବଂ ରତାଖଣ୍ଡିପଡା ଠାରେ ରହି ଥିବା କାଷ୍ଠ ଶିଳ୍ପ ପରିଦର୍ଶନ କରି କାରିଗରମାନଙ୍କୁ ଉନ୍ନତ ଧରଣର କାଷ୍ଠ କାରୁକାର୍ଯ୍ୟ କରିବା ସକାଶେ ଜିଲାପାଳ ପରାମର୍ଶ ଦେଇ ଥିଲେ l ପଟଖଲିଆ ଠାରେ ଥିବା ଲାଖ ପ୍ରୋସେସିଂ ମେସିନ ଚଳାଇବା ସହ ଏଠାରେ ଲାଖ ଉତ୍ପାଦନ ବିକ୍ରୟ ଏବଂ ଲାଖ ଶିଳ୍ପ ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ମହିଳା ସ୍ୱୟଂ ସହାୟିକା ଏବଂ ଲାଖ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ l