ପ୍ରମୂଖ ଖବର
  • କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌
  • ||
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ପାନାବେଡା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନାଚକ୍ର

Published By : Prameya | January 21, 2025 8:25 PM

ଚନ୍ଦାହାଣ୍ଡି,୨୧/୧ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ପାନାବେଡା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ୨୦୨୫ନୂତନ ଶିକ୍ଷାନୀତିକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର  ସହକାରୀ ଅଧ୍ୟାପକ ଡ଼ଃ ଅରୁଣ ରାଜ, ଅଧ୍ୟାପକ ସଚିନ ନାୟକ, ଅଧ୍ୟାପିକା ସରୋଜିନୀ ମୁଣ୍ଡ ଯୋଗଦେଇ ଜାତୀୟ ଶିକ୍ଷାନୀତି  ବିଷୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ l  

ପୂର୍ବ ଶିକ୍ଷାନୀତିରେ ୧୦ ଓ +୨ ବ୍ୟବସ୍ଥା ରହିଥିବାବେଳେ ଏହା ୨୦୨୫ ନୂତନ ଜାତୀୟ ଶିକ୍ଷାନୀତି ନିୟମ ଅନୁସାରେ ୩+୩+୪ ରହିଛି l ୩ବର୍ଷରେ ଜଣେ ଶିଶୁ ପ୍ରାକ ଶିକ୍ଷା ଅଙ୍ଗନୱାଡ଼ି କେନ୍ଦ୍ରରେ ଗ୍ରହଣ କରିବା ପରେ l ୬ବର୍ଷ ବୟସ ରେ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବ l ଏହାପରେ ୮,୯,୧୦,୧୧ ଏମଫିଲ ଶିକ୍ଷାକୁ ହଟାଇ ଦିଆଯାଇଛି l ସ୍ନାତକ ଶିକ୍ଷା ୪ବର୍ଷ ରହିଛି ଏହା ରିସର୍ଚ୍ଚ ଏବଂ ନନ ରିସର୍ଚ୍ଚ l ଯେଉଁ ମହାବିଦ୍ୟାଳୟରେ ରିସର୍ଚ୍ଚ ପାଇଁ ଭିତ୍ତିଭୂମି ରହିଛି ସେଠାରେ ଜଣେ ଛାତ୍ର ରିସର୍ଚ୍ଚ ସହିତ ୪ବର୍ଷ ପଢିବ ଏବଂ ଯେଉଁ ମହାବିଦ୍ୟାଳୟରେ ଭିତ୍ତିଭୂମି ନାହିଁ ସେଠାରେ ୩ ବର୍ଷ ଶିକ୍ଷା ନେବ l 

ଏହା ଛଡା ସ୍ନାତକ ଶିକ୍ଷାରେ ଗାଇଡ଼ ବ୍ୟବସ୍ଥା ରହିଛି l  ଯୋଉ ଛାତ୍ର ଛାତ୍ରୀ  ୮% ରୁ ଅଧିକା ରଖିବେ ସେମାନେ ସିଧା ସଳଖ ପିଏଚଡିରେ ପ୍ରବେଶ କରିପାରିବେ l ଏହା ଛଡା ଜଣେ ଛାତ୍ର ସ୍ନାତକ ପ୍ରଥମ ବର୍ଷ ଶେଷ କରି ମହାବିଦ୍ୟାଳୟରୁ ପ୍ରମାଣପତ୍ର ନେଲେ ତାହା ବୈଧ ରହିବ, ଦ୍ଵିତୀୟ ବର୍ଷରୁ ନେଲେ ଡିପ୍ଲୋମା ଏବଂ ତୃତୀୟ ବର୍ଷରୁ ଯଦି ପ୍ରମାଣପତ୍ର ନିଏ ତାହା ଡିଗ୍ରୀର ପ୍ରମାଣପତ୍ର ଦିଆଯିବ l ନୂତନ ଶିକ୍ଷାନୀତିରେ ସମ୍ପୂର୍ଣ୍ଣ ବିଷୟ ୪୦, ୬୦ୟୁଜିସି ୨୦ଇଣ୍ଟର, ଉପସ୍ଥିତ ୫ ମାର୍କ, ସାଧାରଣ ଜ୍ଞାନ ୧୦ରହିଛି l ଯେଉଁ ମହାବିଦ୍ୟାଳୟରେ ଗଣିତ ରହିଥିବା ଜଣେ କଳା କିମ୍ବା ବାଣିଜ୍ୟ ଛାତ୍ର କଳା ସହ ଗଣିତ ପଢିପାରିବ ଏବଂ ବିଜ୍ଞାନର ଅନ୍ୟ ବିଷୟ ମଧ୍ୟ ପଢିପାରିବ ବୋଲି l ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ଆଲୋଚନାଚକ୍ରରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ l ଏହି ଆଲୋଚନାଚକ୍ରରେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ, +୨ ଅଧ୍ୟକ୍ଷ ନଳିନୀ ଦାସ, ଅଧ୍ୟାପକ ଡ଼ଃ ଦିଲୀପ ଲେଙ୍କା, ଅରୁଣ ହୋତା, ଅନିଲ ପୃଷ୍ଟି, ମକର ନାୟକ ଅଧ୍ୟାପିକା ଦୁର୍ମିଳା ବାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚକ୍ରରେ ସହଯୋଗ କରିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.