ଚନ୍ଦାହାଣ୍ଡି ୧।୨ (ଆ ପ୍ର ): ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ ବ୍ଲକ ସ୍ତରୀୟ ଏମଜିଏନଆରଜିଏସ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ରାମକୃଷ୍ଣ ନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଯୋଗ ଦେଇ ଥିଲେ l ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ ସଭ୍ୟା ବର୍ଷାରାଣୀ ପଟେଲ, କେତକୀ ମଲ୍ଲି ଗୌଡ଼, ଉପାଧ୍ୟକ୍ଷ, ବାସୁଦେବ ଗୌଡ଼, ଜିଲ୍ଲା ସୋସିଆଲ ଅଡିଟ ବୈବଷୁତ ଚାଲାଣ, ଜିଲ୍ଲା ଏନଆରଜିଏସ ସଂଯୋଜକ ସୁଧାଂଶୁ ଶେଖର ସାହୁ, ବିଜେପି ନେତା ନବ ନାୟକ ବ୍ଲକ ସହକାରୀ ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ବେହେରା ଯୋଗ ଦେଇଥିଲେ।
ଚନ୍ଦାହାଣ୍ଡି ବ୍ଲକର ୧୪ଟି ପଞ୍ଚାୟତରେ ୪ କୋଟି ୭୬ ଲକ୍ଷ ୩ ଶହ ୫୭ ଶ୍ରମଦିବସ ସୃଷ୍ଟି କରାଯିବା ସହ ସର୍ବ ମୋଟ ୭ କୋଟି ୫୦ ଲକ୍ଷ ୫ ଶହ ୪୮ ଟଙ୍କା ଖର୍ଚ୍ଚ କରାଯାଇଥିବା ଜିଲ୍ଲା ସାମାଜିକ ସମୀକ୍ଷକ ବୈବସୁତ ଚାଲାଣ ସୂଚନା ଦେଇଥିଲେ। ୧୪ ଟି ପଞ୍ଚାୟତ ମଧ୍ୟରୁ ପଟଖଲିଆ ପଞ୍ଚାୟତରେ ସର୍ବାଧିକ ଶ୍ରମ ଦିବସ ସୃଷ୍ଟି କରାଯାଇଛି।
ଏନଆରଜିଏସ କାର୍ଯ୍ୟରେ ଡିସପ୍ଲେ ବୋର୍ଡ, ସୂଚନା ଫଳକ ଲାଗିବା ବାଧ୍ୟତା ମୂଳକ ହେବା ସହ ମେସିନ ଦ୍ୱାରା କାମ କରିବା ନିଷେଧ ଏବଂ ଲାଇଭ ଏନଏମଏସ କରାଯିବ ବୋଲି ଜିଲ୍ଲା ସଂଯୋଜକ ସୁଧାଂଶୁ ଶେଖର ସାହୁ ସୂଚନା ଦେଇ ଥିଲେ l ଜନଶୁଣାଣୀ ଶିବିରରେ ଜଙ୍ଗଲ, ବିଭାଗ ମୃତ୍ତିକା ସଂରକ୍ଷଣ, ବିଭାଗ ଅଧିକାରୀ ସମେତ ସମସ୍ତ ପଞ୍ଚାୟତ ଏସିଡିଓ, ପିଇଓ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଏନଆରଜିଏସ ବ୍ଲକ ସଂଯୋଜିକା ଜୟନ୍ତୀ ମହାରଣା, ସୁରେଶ ନାୟକ, ଝିଲ୍ଲୀ ଅଗସ୍ତି, ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣି ଶିବିରରେ ସହଯୋଗ କରିଥିଲେ l