ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

‘ଶୀଶ୍‌ମହଲ’ରେ ରହିବେ ନାହିଁ ମୁଖ୍ୟମନ୍ତ୍ରୀ , ଏଲଜିକୁ ଚିଠି ଲେଖିଲା ବିଜେପି

Published By : Prameya | February 10, 2025 9:23 PM

ନୂଆଦିଲ୍ଲୀ :  ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ବିଜେପି ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଶୀଶମହଲରୁ ୪ଟି ପ୍ରପର୍ଟିର ବିଲୟକୁ ରଦ୍ଦ କରିବାକୁ ଦାବି କରାଯାଇଛି। ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଶୀଶମହଲର ମାମଲାକୁ ଜୋରସୋରରେ ଉଠାଇ ଥିଲେ। ଏହାସହ ଏହା ମଧ୍ୟ କହିଥିଲେ କି ଯଦି ତାଙ୍କର ପାର୍ଟି କ୍ଷମତାରେ ଆସିଲେ ଶୀଶମହଲରେ ରହିବେ ନାହିଁ।

କହି ରଖୁଛୁ କି , ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ରହିବା ପରେ ଯେଉଁ ବଙ୍ଗଳାରେ ରହୁଥିଲେ ବିଜେପି ଓ କଂଗ୍ରେସ ଏହାକୁ ଶୀଶମହଲ କହନ୍ତି। ବିଜେପି ଶୀଶମହଲରେ ପୁନର୍ନିର୍ମାଣ ଓ ସାଜସଜ୍ଜାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର ଅଭିଯୋଗ କରି ଥିଲେ। ଏହାସହ ଏହାମଧ୍ୟ କହି ଥିଲେ କି, ୪ଟି ସରକାର ବଙ୍ଗଳାଙ୍କୁ ମିଶାଇ ଶୀଶମହଲ ତିଆରି କରାଯାଇଛି। 

ଅନ୍ୟପଟେ ଏବେ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲେଖିଥିବା ଚିଠିରେ ୪ଟି ସରକାରୀ ବଙ୍ଗଳାର ବିଲୟକୁ ରଦ୍ଦ କରିବାର ଦାବି କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଏହି ବଙ୍ଗଳାରେ ରହିବେ ନାହିଁ ଏବଂ ଏହାର ବ୍ୟବହାର କେମିତି କରିବେ , ଏହାର ନିଷ୍ପତ୍ତି ମଧ୍ୟ ଦିଲ୍ଲୀ ସରକାର ନେବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.