ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା । ତାଙ୍କ ସହିତ ୬ ଜଣ ବିଧାୟକ ମଧ୍ୟ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଏବେ ଏହି କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଯାଇଛି ଆସନ୍ତୁ ଜାଣିବା । ରେଖା ଗୁପ୍ତାଙ୍କ ସହିତ, ପରବେଶ ବର୍ମା, ମଞ୍ଜିନ୍ଦର ସିଂହ ସିରସା, ଆଶିଷ ସୁଦ, ପଙ୍କଜ ସିଂହ, ରବିନ୍ଦର ଇନ୍ଦ୍ରଜ ଏବଂ କପିଲ ମିଶ୍ରା ଦିଲ୍ଲୀରେ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।
କାହାକୁ କେଉଁ ବିଭାଗ ?
ରେଖା ଗୁପ୍ତା, ମୁଖ୍ୟମନ୍ତ୍ରୀ
ଅର୍ଥ, ଯୋଜନା, ସାଧାରଣ ପ୍ରଶାସନ ବିଭାଗ (GAD), ମହିଳା ଏବଂ ଶିଶୁ ବିକାଶ (WCD), ସେବା, ରାଜସ୍ୱ, ଜମି ଏବଂ କୋଠାବାଡ଼ି, ସୂଚନା ଏବଂ ଲୋକସମ୍ପର୍କ (I&PR), ସତର୍କତା, ପ୍ରଶାସନିକ ସଂସ୍କାର (AR)। ଅନ୍ୟ କୌଣସି ବିଭାଗ ଯାହା ଅନ୍ୟ ମନ୍ତ୍ରୀମାନଙ୍କୁ ଆବଣ୍ଟିତ ହୋଇନାହିଁ ।
ପରବେଶ ସାହିବ ସିଂହ(ବର୍ମା), ମନ୍ତ୍ରୀ
ପୂର୍ତ୍ତ ବିଭାଗ (ପିଡବ୍ଲୁଡି), ବିଧାନସଭା ବ୍ୟାପାର, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ (ଆଇ ଆଣ୍ଡ ଏଫସି), ଜଳ, ଗୁରୁଦ୍ୱାର ନିର୍ବାଚନ ।
ଆଶିଷ ସୁଦ, ମନ୍ତ୍ରୀ
ଗୃହ, ବିଦ୍ୟୁତ୍, ନଗର ଉନ୍ନୟନ (UD), ଶିକ୍ଷା, ଉଚ୍ଚଶିକ୍ଷା, ତାଲିମ ଏବଂ ବୈଷୟିକ ଶିକ୍ଷା ।
ସର୍ଦ୍ଦାର ମଞ୍ଜିନ୍ଦର ସିଂହ ସିରସା, ମନ୍ତ୍ରୀ
ଖାଦ୍ୟ ଏବଂ ଯୋଗାଣ, ଜଙ୍ଗଲ ଏବଂ ପରିବେଶ, ଶିଳ୍ପୟ
ରବିନ୍ଦର ସିଂହ (ଇନ୍ଦ୍ରରାଜ), ମନ୍ତ୍ରୀ
ସମାଜ କଲ୍ୟାଣ, ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ, ସମବାୟ, ନିର୍ବାଚନ ।
କପିଲ ମିଶ୍ରା, ମନ୍ତ୍ରୀ
ଆଇନ ଏବଂ ନ୍ୟାୟ, ଶ୍ରମ ବିଭାଗ, ନିଯୁକ୍ତି ବିଭାଗ, ବିକାଶ, କଳା, ଭାଷା ଏବଂ ସଂସ୍କୃତି, ବିଭାଗ, ପର୍ଯ୍ୟଟନ ବିଭାଗ ।
ଡକ୍ଟର ପଙ୍କଜ କୁମାର ସିଂହ, ମନ୍ତ୍ରୀ
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ପରିବହନ, ସୂଚନା ପ୍ରଯୁକ୍ତିବିଦ୍ୟା ।